ସୋନିଆ ଧରିଲେ କଂଗ୍ରେସ ମଙ୍ଗ

ସତ୍ୟପାଠ ବ୍ୟୁରୋ : ସୋନିଆ ଗାନ୍ଧୀ ପୁଣି ଥରେ କଂଗ୍ରେସର ମଙ୍ଗ ଧରିଛନ୍ତି । ଦିନକୁ ଦିନ ଦଳର ବିପର୍ଯ୍ୟୟ ହେଉଥିବା ବେଳେ ନୂତନ ସଭାପତି ଚୟନ ହୋଇ ପାରିନାହିଁ । ବରଂ ନୂଆ ଅଧ୍ୟକ୍ଷ ବଛାଯିବା ଯାଏ ସୋନିଆ ଅନ୍ତରୀଣ ସଭାନେତ୍ରୀ ପଦରେ ରହିବାକୁ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତି ନିଆଯାଇଛି ।

୧୯୯୯୮ରୁ ୨୦୧୭ ଯାଏ ଦଳର ସଭାନେତ୍ରୀ ଥିଲେ ସୋନିଆ କିନ୍ତୁ ଗତ ୨୦ ମାସ ତଳେ ରାହୁଲ ଗାନ୍ଧୀଙ୍କୁ ଦଳର ସଭାପତି ଭାବେ ଚୟନ କରାଯାଇଥିଲା । ନୂଆ ସଭାପତି ଚୟନ ପାଇଁ ଶନିବାର କଂଗ୍ରେସର ମାରାଥନ ବୈଠକ ବସିଥିଲା । ସମସ୍ତେ ରାହୁଲ ଗାନ୍ଧୀଙ୍କୁ ସଭାପତି ଭାବେ ରହିବାକୁ ଅନୁରୋଧ କରିଥିଲେ । କିନ୍ତୁ ରାହୁଲ ରାଜି ହୋଇ ନଥିଲେ । ତେଣୁ ନୂଆ ଅଧ୍ୟକ୍ଷ ବଛାଯିବା ଯାଏ ସୋନିଆ ଅନ୍ତରୀଣ ସଭାନେତ୍ରୀ ପଦରେ ରହିବାକୁ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତି ନିଆଯାଇଛି ।

Related Posts