ଡ୍ରେସକୋଡ଼କୁ ନେଇ କଲେଜରେ ଉତ୍ତେଜନା

ସତ୍ୟପାଠ ବ୍ୟୁରୋ : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଏସ୍ ଏନ୍ କଲେଜରେ ଡ୍ରେସକୋଡ଼କୁ ନେଇ ଉତ୍ତେଜନା ଦେଖାଦେଇଛି । ଡ୍ରେସକୋଡକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ। କଲେଜର ନିୟମକୁ ବିରୋଧ କରି କଲେଜର ମୁଖ୍ୟ ଫାଟକରେ ତାଲା ପକାଇଥିଲେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ।

କଲେଜ ପରିସରରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଅଧ୍ୟକ୍ଷ ବୈକୁଣ୍ଠ ନାଥ ପରିଡା କଲେଜକୁ ସାଇନ୍ ଡାଏ ଘୋଷଣା କରିଛନ୍ତି। ଆଜି ସକାଳ ୧୦ଟା ସୁଦ୍ଧା ଛାତ୍ରୀମାନଙ୍କୁ ହଷ୍ଟେଲ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ନିର୍ଦ୍ଦେଶ ମୁତାବକ ଛାତ୍ରଛାତ୍ରୀମାନେ ହଷ୍ଟେଲ ଛାଡୁଥିବା ଦେଖିବାକୁ ମିଳିଛି ।ଆଗକୁ ପରୀକ୍ଷା ଥିବାବେଳେ କଲେଜ ସାଇନ ଡାଏ ନିଷ୍ପତ୍ତି ପାଠ ପଢାରେ ବାଧା ଉପୁଜିବ  ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ଛାତ୍ରଛାତ୍ରୀ।

Related Posts