ନବୀନ ନିବାସ ଫତୱା କୁ ସୌମ୍ୟ ଙ୍କ ଚ୍ୟାଲେଞ୍ଜ – ଦିବ୍ୟ ହଟାଅ ନ ହେଲେ ଲେଖା ଜାରିରହିବ

ସତ୍ୟପାଠ ବ୍ୟୁରୋ : ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ପୁରା ବିଜେଡି ନେତୃତ୍ୱ ଦିବ୍ୟଙ୍କ ପଛରେ କାନ୍ଥ ଭଳି ଛିଡା ହୋଇଥିଲା ବେଳେ ଦଳର ବରିଷ୍ଠ ନେତା ସୌମ୍ୟ କିନ୍ତୁ ହାଇକମାଣ୍ଡଙ୍କ ଉପରକୁ ସର୍ବସାଧାରଣ ରେ ଆଙ୍ଗୁଳି ଉଠେଇଛନ୍ତି। ନବୀନଙ୍କୁ ଖୁଲମଖୁଲା ଚେତାବନୀ ଦେଇଛନ୍ତି ଯେ ଜଣେ ମିଶ୍ରଙ୍କ ପାଇଁ ଜାନକୀ ପଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଯାଇଥିଲେ, ଆଉ ଜଣେ ମିଶ୍ର ଙ୍କ ପାଇଁ ବିଜେଡି ସରକାର ଯାଇପାରେ।

ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗତକାଲି ଦିବ୍ୟ ଶଙ୍କରଙ୍କ ପ୍ରେସ ବିବୃତ୍ତି ଓ ପାର୍ଟି ର ରାଜ୍ୟବ୍ୟାପୀ ତେଲ ଦର ବୃଦ୍ଧି ପ୍ରତିବାଦ ସମାବେଶ ପରେ ଆଶା କରାଯାଉଥିଲା ଯେ ବିରୋଧୀ ଙ୍କର ମନ୍ତ୍ରୀଙ୍କ ଇସ୍ତଫା ଦାବି ଥମିଯିବ. ମାତ୍ର ତାହା ହେଲାନାହିଁ. ବରଂ ଓଲଟା ଇସ୍ତଫା ଦାବି କ୍ୟାମ୍ପେନ ରେ ବିରୋଧୀଙ୍କ ସହ ଶାସକ ଦଳର ବରିଷ୍ଠ ନେତା ବି ସ୍ୱର ମିଳେଇଲେଣ୍ଣି. ପ୍ରଥମ ବିଧିବଦ୍ଧ ସୂଚନା ଆସିଛି, ଦଳର ବରିଷ୍ଠ ଉପ ସଭାପତି ତଥା ବିଧାୟକ ସୌମ୍ୟ ରଂଜନ ପଟନାୟକଙ୍କ ଠାରୁ.

ସୌମ୍ୟ ସମ୍ପାଦନା କରୁଥିବା ଖବର କାଗଜ ସମ୍ବାଦ ରେ ନିଜର ସ୍ତମ୍ବ ‘ ଆମ ଘର ହାଲଚାଲ’ ରେ ଆଜି ସ୍ପଷ୍ଟ ଭାବେ ପ୍ରକାଶ କରିଦେଇଛନ୍ତି ଯେ ମମିତା ମେହେର ହତ୍ୟାକାଣ୍ଡ ଘଟଣା ରେ ଦିବ୍ୟ ଶଙ୍କର ମିଶ୍ର ନୈତିକତାର ଉତ୍ତର ଦାୟୀତ୍ୱ ନେବାସହା ତୁରନ୍ତ ମନ୍ତ୍ରୀପଦାରୁ ଇସ୍ତଫା ଦେବା ଉଚିତ. ଏକଥା ସୌମ୍ୟ ଆଜି କହିଲେ ନାହିଁ, ପୂର୍ବରୁ ତାଙ୍କ ମାଲିକାନାରେ ଥିବା ଖବରକାଗଜ ଓ ଟିଭି ବରାବର ଦିବ୍ୟ ଶଙ୍କରଙ୍କ ଇସ୍ତଫା କଥା କହିଆସୁଥିବା ବେଳେ ଆଜି ସୌମ୍ୟ ସମ୍ପାଦକୀୟ ବାଇ-ଲାଇନ ସହ ମୁହଁ ଖୋଲିଛନ୍ତି.

‘ ଆମ ଘର ହାଲଚାଲ’ ରେ ଯେଉଁ କଥାସବୁ ସୌମ୍ୟ ଉଲ୍ଲେଖ କରିଛନ୍ତି ସେସବୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ସୌମ୍ୟଙ୍କ ଲେଖା ସେତିକିବେଳେ ଆସିଛି ଯେତେବେଳେ ଦିବ୍ୟ ଶଙ୍କର ବହୁ ମାପିଚୁପି କି ପ୍ରେସ ବିବୃତ୍ତି ଜାରି କରିଛନ୍ତି. ସୌମ୍ୟ ବାବୁ କେବଳ ଦିବ୍ୟ ଶଙ୍କର ଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦେବା କଥା କହିନାହାନ୍ତି, ତା ଠାରୁ ଗୁରୁତ୍ୱପୂର୍ଣ କଥା ଲେଖିଛନ୍ତି ନବୀନ ବାବୁଙ୍କୁ ଟାର୍ଗେଟ କରି. ସୌମ୍ୟ ଅଶୀ ଦଶକ ଓ ନବେ ଦଶକ ର ଦୁଇଟି ଘଟଣାକ୍ରମ ର ଉଦାହରଣ ମଧ୍ୟ ଦେଇଛନ୍ତି ନବୀନ ବଆବୁଙ୍କ ଉଦ୍ଧେଶ୍ୟରେ. ଅଞ୍ଜନା ମିଶ୍ର ଓ ଇନ୍ଦ୍ରଜିତ ରାୟଙ୍କ ପାଇଁ ଜାନକୀ ପଟନାୟକ ଓ କଂଗ୍ରେସ ଯେଉଁ ଦଶା ଭୋଗିଲା, ମମିତା ମେହେର ମାମଲାରେ ଦିବ୍ୟ ଶଙ୍କରଙ୍କୁ ସୁରକ୍ଷା ଦେଇ ନବୀନ ବାବୁ ଓ ବିଜେଡି ସମଦଶା ଭୋଗିପାରନ୍ତି ବୋଲି ସୌମ୍ୟ ଚେତାବନୀ ଦେଇଛନ୍ତି.

ସୌମ୍ୟ ଙ୍କ ଲେଖା ରୁ ସ୍ପଷ୍ଟ ଯେ ବିଜେଡି ଭିତରେ ଦିବ୍ୟଙ୍କୁ ସୁରକ୍ଷା ଦେବା ନିଷ୍ପତ୍ତିକୁ ନେଇ ଅସନ୍ତୋଷ କୁହୁଳିବା ଆରମ୍ଭ କଲାଣି. ଯଦିଓ ବହୁନେତା ମୁହଁ ଖୋଲିବାକୁ ସାହସ ଜୁଟାଇ ପାରୁନାହାନ୍ତି, ହେଲେ ସୌମ୍ୟଙ୍କ ଯେଉଁ ମେସେଜ ଦେବାକୁ ଚେଷ୍ଟା କରିଛନ୍ତି ତାହା ହେଲା ନବୀନ ନିବାସ ର ଫତୱା କୁ ମଧ୍ୟ ଚ୍ୟାଲେଞ୍ଜ କରାଯିବ.

Related Posts