ନ୍ୟାୟ ପାଇଁ ଡିସିପିଙ୍କୁ ଭେଟିଲେ ସୌମ୍ୟଙ୍କ ପରିବାର ଲୋକେ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସୌମ୍ୟରଞ୍ଜନ ପାଣିଗ୍ରାହୀଙ୍କ ମୃତ୍ୟୁକୁ ୧୨ ଦିନ ବିତିଯାଇଛି । ତଥାପି ଏପର୍ଯ୍ୟନ୍ତ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କ ମୃତ୍ୟୁର କାରଣ ଜଣେ ଯୁବତୀ ବୋଲି ସୁସାଇଡ ନୋଟରେ ଲେଖିଥିଲେ ସୌମ୍ୟ । ଏପରିକି ଯୁବତୀଙ୍କ ସହ ଏବଂ ତାଙ୍କ ମାଆଙ୍କ ସହ କଥା ହେବାର କଲ ରେକର୍ଡ ମଧ୍ୟ ସାମ୍ନାକୁ ଆସିଛି । ଘଟଣାକୁ ୧୨ ଦିନ ହେଲାଣୀ ହେଲେ ଏପର୍ୟ୍ୟନ୍ତ କୌଣସି କାର୍ୟ୍ୟନୁଷ୍ଠାନ ହେଉନଥିବାରୁ ଆଜି ଡିସିପିଙ୍କୁ ଭେଟିବାକୁ ଯାଇଛନ୍ତି ସୌମ୍ୟଙ୍କ ପରିବାର ଲୋକ । ଇନ୍ଫୋସିଟି ଥାନା ନନ୍ଦନବିହାରର ମଡେଲ୍ ସୌମ୍ୟଙ୍କ ସୁଇସାଇଡ୍ ନୋଟ୍ରେ ପ୍ରେମିକାଙ୍କ ପ୍ରତାରଣା ଓ ନିର୍ୟାତନା କଥା ସ୍ପଷ୍ଟ ରହିଛି। ଏମିତିକି ନିଷ୍ଠୁର ପ୍ରେମିକା ବିରୋଧରେ ମାମଲା କରିବା ପାଇଁ ମଧ୍ୟ ସୁଇସାଇଡ୍ ନୋଟ୍ରେ ସେ ଉଲ୍ଲେଖ କରିଛନ୍ତି।

ଏଣେ ପୁଅର ଆତ୍ମହତ୍ୟା ପାଇଁ ପରିବାର ଲୋକମାନେ ପ୍ରେମିକା ଓ ତାଙ୍କ ମା’ଙ୍କୁ ଦାୟୀ କରି ପୁଲିସ ନିକଟରେ ବୟାନ ମଧ୍ୟ ଦେଇଛନ୍ତି। ଏହା ସତ୍ତ୍ବେ ପୁଲିସ କାହିଁକି ଆତ୍ମହତ୍ୟା ପାଇଁ ଉସୁକାଇବା ଆଇପିସି ଦଫା-୩୦୬ରେ ମାମଲା ରୁଜୁ କରୁନାହିଁ ? ଏହା ପଛରେ କାରଣ କ’ଣ, ତାହା ଜଣାପଡ଼ୁନାହିଁ। ଆଇନଜୀବୀ ଚିତ୍ତରଞ୍ଜନ ଦାଶ କହିଛନ୍ତି ସୌମ୍ୟ ଆତ୍ମହତ୍ୟା କରିଥିବା ରୁମ୍ ଛାନଭିନ୍ କରିବା ସମୟରେ ସୁଇସାଇଡ୍ ନୋଟ୍କୁ ପୁଲିସ ଜବତ କରିଥିଲା । ଏମିତି କ୍ଷେତ୍ରରେ ପୁଲିସ ନିଜ ତରଫରୁ ମଧ୍ୟ ଆଇପିସି ଦଫା-୩୦୬ରେ ମାମଲା ରୁଜୁ କରି ତଦନ୍ତ କରିପାରିବ। ସେହିପରି ଅଡିଓ ଟେପ୍ ଆଦି ମିଳିବା ପରେ ପୁଲିସ ମାମଲା ରୁଜୁ କରିବା କଥା ।

Related Posts