ରାଜଧାନୀରେ ଡିସିପି ଅଫିସ ଆଗରେ ଜଣେ ଦୋକାନୀଙ୍କୁ ନିର୍ମମ ହତ୍ୟା ଘଟଣା: ୨ ଅଟକ

ଭୁବନେଶ୍ବର: ରାଜଧାନୀରେ ଡିସିପି ଅଫିସ ଆଗରେ ଅଭାବନୀୟ ଘଟଣା । ଜଣେ ଦୋକାନୀଙ୍କୁ ନିର୍ମମ ହତ୍ୟା କରିଛନ୍ତି ଦୁର୍ବୃତ୍ତ ।ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଥିବା ବେଳେ, ଏହି ମାମଲାରେ ୨ଜଣଙ୍କୁ ଥାନାରେ ଅଟକ ରଖାଯାଇଛି।

ସୂଚନା ଅନୁଯାୟୀ, ସୌମ୍ୟ କୁଣ୍ଡୁ ନାମକ ଜଣେ ପାନ ଦୋକାନୀଙ୍କୁ ୬/୭ ଜଣ ଯୁବକ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ସୌମ୍ୟ କୁଣ୍ଡୁଙ୍କର ମୃତ୍ୟୁ ଘଟିଥିଲା। ସମସ୍ତ ଅଭିଯୁକ୍ତ ପଥରବନ୍ଧ ଅଞ୍ଚଳର ବୋଲି ଜଣାଯାଇଛି। ସହିଦ ନଗର ପୁଲିସ ଏହି ମାମଲାର ଦୁଇ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଥିବା ଜଣାଯାଇଛି। ପୂର୍ବ ଶତ୍ରୁତା ଓ ବ୍ୟାବସାୟିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି।

Related Posts