ଇଭିଏମ ମେସିନରେ ପଡ଼ିଲା ୬୫ ଭୋଟ କିନ୍ତୁ ଦେଖାଉଛି ୧୧୫ ଭୋଟ; ଭୋଟରମାନେ ମତଦେବାକୁ ବାରଣ କଲେ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶରେ ଆଜି ପ୍ରଥମ ପର୍ଯ୍ୟାୟର ମତାଦାନ ହୋଇଛି । ପ୍ରଥମ ପର୍ୟ୍ୟାୟରେ ପଶ୍ଚିମ ୟୁପିର ୫୮ଟି ବିଧାନସଭା ଆସନରେ ଗୁରୁବାର ଭୋଟ ଦାନ ଚାଲିଛି । ଅଲୀଗଡ ଜିଲ୍ଲାର ସମସ୍ତ ବିଧାନସଭା କ୍ଷେତ୍ରରେ ମଧ୍ୟ ଭୋଟ ଦାନ ପ୍ରକ୍ରିୟା ଚାଲୁରହିଥିବା ବେଳେ କିଛି ବୁଥ୍ରେ ଅସନ୍ତୋଷ ଦେଖିବାକୁ ମିଳିଛି । ଅଲୀଗଡ ଜିଲ୍ଲା ଖେର୍ ବିଧାନସଭାର ଧୁମରା ଗାଁରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । ଭୋଟରମାନେ ମତଦାନ କରିବାକୁ ରୋକ୍ଠୋକ୍ ମନାକରିଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଗୁରୁବାର ସକାଳେ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଇଭିଏମ ମେସିନ୍ରେ ପୂର୍ବରୁ କିଛି ଭୋଟ ରହିଥିବା ଅଭିଯୋଗ ହୋଇଥିଲା । ଯାହା ଫଳରେ ସେଠାରେ ବ୍ୟାପକ ଉତ୍ତେଜନା ପ୍ରକାଶ ପାଇଛି । ବର୍ତ୍ତମାନ ସୁଦ୍ଧା ୬୫ଟି ଭୋଟ୍ ପଡିଥିବା ବେଳେ ମେସିନ୍ରେ ୧୧୫ଟି ଭୋଟ ପଡିଥିବା ଦେଖାଉଛି ।

୫୦ଟି ଭୋଟ ଏପଟସେପଟ ହୋଇଛି । ଏଥିପାଇଁ ଗାଁ ଲୋକେ ଇଭିଏମ ଏବଂ ଭିଭିପାଟ୍ ମେସିନ୍ ବଦଳାଇବା ସହ ପୁନଃ ଭୋଟ ଗ୍ରହଣ କରିବାକୁ ଦାବିକରିଛନ୍ତି । ଭୋଟିଂ ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ହିଁ ନିୟୋଜିତ ଥିବା ପୁଲିଂ ଅଧିକାରୀ ମେସିନ୍କୁ ବାହାର କରିଥିଲେ । ତେବେ ଟ୍ରାଏଲ ବେଳେ ସେଥିରେ ପୂର୍ବରୁ ୫୦ଟି ଭୋଟ ଥିବା ଜଣାପଡିଥିଲା । ଏହାପରେ ସଂପୃକ୍ତ ଅଧିକାରୀ ମେସିନ୍ରୁ ଡିଲିଟ୍ କରିଥିଲେ ଏବଂ ଭୋଟ ଦାନ ଆରମ୍ଭ ହୋଇଥିବା । ହେଲେ କିଛି ସମୟ ପରେ ୬୫ଟି ଭୋଟ ପଡିଥିବା ବେଳେ ମେସିନ୍ରେ କିନ୍ତୁ ୧୧୫ଟି ଭୋଟ ପଡିଥିବା ଜଣାପଡିଥିଲା । ସେଥିପାଇଁ ପୁନଶ୍ଚ ଭୋଟ ଗ୍ରହଣ କରିବାକୁ ଦାବିକରିଥିଲେ ସ୍ଥାନୀୟ ଲୋକେ ।

Related Posts