ବିଶ୍ୱକପ ମହାଲଢେଇ : ପ୍ରଥମେ ବ୍ୟାଟିଂ କରିବ ଦକ୍ଷିଣ ଆଫ୍ରିକା, ଟସ୍ ହାରିଲେ ବିରାଟ୍

ସାଉଥାମ୍ପଟନର ରୋଜବାଉଲ ଷ୍ଟାଡିୟମଠାରେ ଚାଲିଥିବା ବିଶ୍ବକପ କ୍ରିକେଟର ୮ମ ମ୍ୟାଚରେ  ଆଜି ଭାରତ ଦକ୍ଷିଣ ଆଫ୍ରିକାକୁ ଭେଟୁଛି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ ଡୁପ୍ଲେସିସ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ମ୍ୟାଚ୍ ଭାରତୀୟ ସମୟ ଅପରାହ୍ନ ୩ଟାରୁ ଆରମ୍ଭ ହୋଇଛି ତେବେ ରିପୋର୍ଟ ଲେଖା ସୁଦ୍ଧା ଦକ୍ଷିଣଆଫ୍ରିକା ଓଭରରେ କୌଣସି ୱିକେଟ୍ ନହରାଇ ୧୦ ରନ ସଂଗ୍ରହ କରିଛି

ବିଶ୍ୱକପ ମହାସମର ଇଂଲଣ୍ଡରେ ଆଜି ଭାରତ ସାଉଥଆଫ୍ରିକା ମଧ୍ୟରେ ଆରମ୍ଭ ହୋଇଛି ମ୍ୟାଚ ଟସ୍ ଜିତି ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ ନିଷ୍ପତି ନେଇଛି ବିଶ୍ୱକପରେ ଭାରତର ଏହା ହେଉଛି ପ୍ରଥମ ମ୍ୟାଚ ତେବେ ଦକ୍ଷିଣ ଆଫ୍ରିକାକୁ ମାତ ଦେବାପାଇଁ ବିରାଟବାହିନୀ କରିଛି ସ୍ୱତନ୍ତ୍ର ରଣନୀତି ପୂର୍ବରୁ ୨ଟି ମ୍ୟାଚରେ ଦକ୍ଷିଣଆଫ୍ରିକା ଟିମ ପରାସ୍ତ ହୋଇଛି ତେବେ ଭାରତ ବିପକ୍ଷରେ ଆଜି ଦକ୍ଷିଣଆଫ୍ରିକର ପ୍ରଦର୍ଶନ କିଭଳି ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି

Related Posts