ଲଢ଼କେ ଲିୟା ବୈଜୟନ୍ତ , ହସକେ ଲେଙ୍ଗେ ମହତାବ

ସତ୍ୟପାଠ ବୁରୋ : ଲୋକସଭା ବାଚସ୍ପତି ଓ ଉପବାଚସ୍ପତି ପଦକୁ ନେଇ ରାଜ୍ୟ ରାଜନିତୀରେ ଜୋର ଚର୍ଚ୍ଚା । କିଏ କହୁଛି ଜୁଏଲ ହେବେ ଆଉ କିଏ ଭର୍ତ୍ତୁହରି ମହତାବ । ନୂଆଦିଲ୍ଲୀ ରାଜନୀତି ମହଲରୁ ସୁରାକ ଆସୁଛି ଅଙ୍କ ଦୃଷ୍ଟିରୁ ଜୁଏଲ ହୁଅନ୍ତୁ ବା ବିଜେପିରୁ କେହି ନେତା ବାଚସ୍ପତି ହେବା ଥୟ । କିନ୍ତୁ ଭର୍ତ୍ତୁହରିଙ୍କ ନାଁ କାହିଁକି ଉଠୁଛି । ଏନଡିଏ ମେଂଟରେ ନଥିବା ଏକ ବିରୋଧୀ ରାଜନୈତିକ ଦଳର ସାଂସଦ ହେଉଛନ୍ତି ଭର୍ତ୍ତୁହରି ମହତାବ । ହେଲେ ତାଙ୍କ ନାଁ କାହିଁକି ଉଠିଲା ତାହାକୁ ନେଇ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ।

ବିଜେଡି ସଂସଦଳୀୟ ଦଳରେ ଅସନ୍ତୋଷ କୁହୁଳିଛି । ମହତାବ ଯୋଗ୍ୟ ଥାଇ ବି ପିନାକୀଙ୍କୁ ନେତା କରାଗଲା । ପ୍ରକାଶ୍ୟରେ ନହେଲେ ବି ଭିତରେ ଭିତରେ ଭର୍ତ୍ତୁହରି ନବୀନଙ୍କ ଏହି ନିଷ୍ପତିକୁ ମାନି ପାରୁ ନାହାଁନ୍ତି । ତାଙ୍କୁ ଛୋଟ ଦେଖାଇବା ପାଇଁ ନବୀନ ଏହି ନିଷ୍ପତି ନେଇଛନ୍ତି । ଗତ ସଂସଦରେ ମହତାବ ଶ୍ରେଷ୍ଠ ସାଂସଦ ଭାବେ ପୁରସ୍କୃତ ହୋଇଛନ୍ତି । ତା ପରେ ବି ନବୀନ ତାଙ୍କୁ ଉପଯୁକ୍ତ ପଦ ଦେଇ ନାହାଁନ୍ତି । ବିଜୁ ଜନତା ଦଳର ଏଭଳି ଗୋଳମାଳିଆ ପରିସ୍ଥିତିରେ ଖଣ୍ଡା ବୁଲାଇ ଫାଇଦା ନେବା ପାଇଁ ଭାରତୀୟ ଜନତା ପାର୍ଟି ଓ ମୋଦି ମୁଣ୍ଡ ଖେଳାଉଥିବା କୁହାଯାଉଛି ।

୨୪ ପୂର୍ବରୁ ବିଜେଡିକୁ ଦି-ଗଡ କରିବା ମୌକାରେ ଅଛି ବିଜେପି । ଯାହାଙ୍କ ଦେହରେ କିଛି ଦାଗ ଲାଗିନି, ସେ ହେଉଛନ୍ତି ମହତାବ । ତେଣୁ ତାଙ୍କରି କାନ୍ଧରେ ବନ୍ଧୁକ ଫୁଟାଇବାକୁ ଚକ୍ରାନ୍ତ କରୁଛି ବିଜେପି । ଏଥିରେ ଦୁଇଟା ଫାଇଦା ପାଇବ ଦଳ । ବିଜେଡିକୁ ଦୁର୍ବଳ କରାଯିବ । ଦଳ ବାହାରୁ ଜଣକୁ ଗୁରୁତ୍ୱ ଦେଉଛି ବୋଲି ବି ଏନଡିଏରେ ମୋଦିଙ୍କ ସମ୍ମାନ ବଢ଼ିବ ।

ଏମିତି ହେଲେ ଲୋକସଭାରେ ବିଜେଡିର ଗୋଟିଏ ସିଟ୍ କମିବ । ସେପଟେ ନବୀନଙ୍କ ଆଖି ଆଗରେ ବିଜେଡିକୁ ଶକ୍ତ ଚାପୁଡା ଲାଗିବ । ଆଉ ପ୍ରତିଶୋଧ ନେବାରେ ସଫଳ ହୋଇପାରିବ ଭାରତୀୟ ଜନତା ପାର୍ଟି ।

Related Posts