ନୁପୁର ଶର୍ମାଙ୍କ ବୟାନ ସମ୍ପର୍କିତ କୌଣସି ଟେଲିଭିଜନ ଡିବେଟରେ ଭାଗ ନେବେନି ଏସପି ନେତା; ଏନେଇ କଡ଼ା ଚେତାବନୀ ଦେଲେ ଅଖିଳେଶ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାରା ଦେଶରେ ନୁପୁର ଶର୍ମାଙ୍କ ବୟାନକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ସମାଜବଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ବଡ଼ ଘୋଷଣା କରିଥିବାର ଦେଖିବାକୁ ମିଳିଛି । ତେବେ ସପା ନିଜର ସବୁ ମିଡିଆ, ମିଡିଆ ପ୍ରମୋଟର ଓ ମୁଖପାତ୍ରମାନଙ୍କୁ ନୂପୁର ଶର୍ମା ବୟାନ ସମ୍ପର୍କିତ କୌଣସି ଟେଲିଭିଜ ଡିବେଟରେ ଭାଗ ନ ନେବାକୁ କଡ଼ା ଚେତାବନୀ ଦେଇଛନ୍ତି। ସେହି ପରି ପାର୍ଟି ନେତାମାନଙ୍କୁ ପ୍ରସଙ୍ଗରେ ଗଣମାଧ୍ୟମରେ କୌଣସି ମତ ମନ୍ତବ୍ୟ ଜାରି ନ କରିବାକୁ ମଧ୍ୟ କୁହାଯାଇଛି। ପରିସ୍ଥିତିର ଗୁରୁତ୍ୱକୁ ଦେଖି ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଶନିବାର ଏହି ନିର୍ଦ୍ଦେଶ ଜାରି କରିଛନ୍ତି।

ସେପଟେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ରାଜ୍ୟର କେତେକ ଜିଲ୍ଲାରେ ହିଂସା ଉପୁଜିବା ପରେ ଶୀର୍ଷ ଅଧିକାରୀଙ୍କ ସହ ବୈଠକ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶନିବାର ଘଟଣା ସମୀକ୍ଷା କରିବା ସହ ଅସମାଜିକ ତତ୍ୱଙ୍କ କଡା ମୁକାବିଲା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ସେପଟେ ନୂପୁର ଶର୍ମାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଦାବି କରି ଶୁକ୍ରବାର ନମାଜ ପରେ ଦେଶର ରାଜଧାନୀ ଦିଲ୍ଲୀ ସମେତ ୟୁପି,ବିହାର, ପଶ୍ଚିମବଙ୍ଗ, ତେଲେଙ୍ଗାନା ଆଦି ରାଜ୍ୟରେ ହିଂସକ ବିରୋଧ ପ୍ରଦର୍ଶନ କରାଯାଇଥିଲା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି ।

Related Posts