କାଶ୍ମୀର ପ୍ରସଙ୍ଗରେ ରାହୁଲଙ୍କୁ ରାଜ୍ୟପାଳଙ୍କ ତାତ୍ସଲ୍ୟ

ସତ୍ୟପାଠ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ହିଂସାକାଣ୍ଡ ହୋଇଥିବା ଖବର ପାଇଥିବା ରାହୁଲ ଗାନ୍ଧୀ କହିବାର ଦିନକ ପରେ ଏହାର ଜବାବ ଦେଇଛନ୍ତି ରାଜ୍ୟପାଳ ସତ୍ୟପାଲ ମଲ୍ଲିକ । ଜଣେ ଦାୟିତ୍ୱବାନ ବ୍ୟକ୍ତି ଭାବରେ ଏଭଳି ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି କହିଛନ୍ତି ରାଜ୍ୟପାଳ । ଏହାସହ ରାହୁଲଙ୍କୁ କାଶ୍ମୀର ଆଣିବା ପାଇଁ ସ୍ୱତନ୍ତ୍ର ବିମାନ ପଠାଯିବ ଯେଉଁଥିରେ ବୁଲି ସେ କାଶ୍ମୀର ସ୍ଥିତି ସଂପର୍କରେ ଅବଗତ ହୋଇପାରିବେ ବୋଲି ରାଜ୍ୟପାଳ କହିଛନ୍ତି ।

କଂଗ୍ରେସ କାର୍ଯ୍ୟକାରିଣୀ ବୈଠକ ଅଧାରୁ ଉଠି ଆସି ରାହୁଲ ମିଡିଆକୁ କହିଥିଲେ ଯେ, ଜାମ୍ମୁ-କାଶ୍ମୀରରେ ହିଂସାକାଣ୍ଡ ହେଉଥିବା ନେଇ ଖବର ଆସୁଛି । ସରକାରଙ୍କୁ ସ୍ଥିତି ସ୍ପଷ୍ଟ କରିବାକୁ ପଡିବ । କିନ୍ତୁ ଧାରା ୩୭୦ ଉଚ୍ଛେଦ ପରେ କୌଣସି ହିଂସାକାଣ୍ଡ ହୋଇନଥିବା ଜାମ୍ମୁ-କାଶ୍ମୀର ରାଜ୍ୟପାଳ, କେନ୍ଦ୍ର ସରକାର ଓ ସେନା ପକ୍ଷରୁ ବାରମ୍ବାର କୁହାଯାଉଛି ।

 

Related Posts