ରେଳ ଧାରଣାରେ ପାଣି ଜମିଥିବା ହେତୁ ଅଟକି ରହିଛି ଟ୍ରେନ

ସତ୍ୟପାଠ ବ୍ୟୁରୋ : ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷାର ପ୍ରଭାବ ପଡିଛି ରେଳ ଚଳାଚଳ ଉପରେ । ଖାସକରି ପଶ୍ଚିମ ଓଡିଶାରେ ଏହାର ବେଶୀ ପ୍ରଭାବ ଦେଖିବାକୁ ମିଳିଛି । ରେଳ ଲାଇନ ଉପରେ ପାଣି ଜମି ରହିଥିବାରୁ ରେଳ ଚଳାଚଳ ବ୍ୟାଘାତ ହୋଇଛି । ଟ୍ରାକ ଉପରେ ଅଟକି ରହିଛି ଟ୍ରେନ ।

ସମ୍ବଲପୁର-ଟିଟଲାଗଡ଼ ସେକ୍ସନ ଅଧିନରେ ଥିବା ଦେଓଗାଁ ରୋଡ଼ ଓ ବରଗଡ଼ ମଧ୍ୟରେ ରେଳ ଟ୍ରାକ୍ ବର୍ଷା ପାଣିରେ ଭାସୁଥିବା ଯୋଗୁଁ ଯାତ୍ରୀମାନଙ୍କ ନିରାପତ୍ତାକୁ ଆଖି ଆଗରେ ରଖି କେତେକ ଟ୍ରେନକୁ ଅଟକାଯାଇଛି। ବରଗଡ଼ ଜିଲ୍ଲାର ବରପାଲିଠାରେ ସମ୍ବଲପୁର-ରାୟଗଡ଼ା ଏକ୍ସପ୍ରେସ,ଲୋଇସିଂହାଠାରେ ଆଜ୍ମେର-ପୁରୀ ଏକ୍ସପ୍ରେସ ଓ ଡୁଙ୍ଗୁରି ପାଲିଠାରେ ଇସ୍ପାତ ଏକ୍ସପ୍ରେସ୍ ଟ୍ରେନ୍କୁ ଅଟକାଯାଇଛି। ଏହି ଟ୍ରେନରେ ଥିବା ଯାତ୍ରୀମାନେ ନିରାପଦ ଥିବା ରେଳବାଇ ପକ୍ଷରୁ କୁହାଯାଇଛି। ଜଳସ୍ତର ହ୍ରାସ ପାଇବାପରେ ଟ୍ରେନ ଚଳାଚଳ ସ୍ୱାଭାବିକ ହେବ ବୋଲି ମଧ୍ୟ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଛି।

Related Posts