ସୋସିଆଲ ମିଡ଼ିଆରେ ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଗର୍ଭଗୃହ ଫଟୋ, ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣି ସୋସିଆଲ ମିଡ଼ିଆରେ ଶ୍ରୀମନ୍ଦିର ଗର୍ଭଗୃହ ଏବଂ ରତ୍ନ ସିଂହାସନରେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ ହୋଇଛି। ଏହି ଫଟୋ ଫେସବୁକରେ ପୋଷ୍ଟ କରିଛନ୍ତି ଆକାଶ ଚୌଧୁରୀ ନାମକ ଜଣେ ବ୍ୟକ୍ତି। ଫଟୋ ପୋଷ୍ଟ ସହ ବଙ୍ଗାଳୀରେ ଶ୍ରୀଜଗନ୍ନାଥ ଲେଖିଛନ୍ତି ଆକାଶ। ଫଟୋ ଭାଇରାଲ ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ତେବେ ଶ୍ରୀମନ୍ଦିର ଭିତରେ ଏତେ ସଂଖ୍ୟକ ଜେଟିପି ଓ ବାହାରେ ପୋଲିସ ଅଧିକାରୀ ମୁତୟନ ଥାଇ ମଧ୍ୟ କିପରି କ୍ୟାମେରା ଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ଫେସବୁକ୍‌ରେ ଆକାଶ ଚୌଧୁରୀ ପୋଷ୍ଟ ଲେଖିବା ପରେ ତାହା ଭାଇରାଲ ହୋଇଛି। ସେ ବଙ୍ଗାଳି ଭାଷାରେ ଏନେଇ ସେ ଅନେକ ଟିପ୍ପଣୀ ମଧ୍ୟ କରିଛନ୍ତି। ଯାହା ପରେ ଶ୍ରୀମନ୍ଦିର ଭିତରକୁ କ୍ୟାମେରା କିପରି ଗଲା ତାହାକୁ ପ୍ରଶ୍ନ ଉଠିଛି। ଏହି ଫଟୋ ଜଗମୋହନ ଭିତର ଭିତରକାଠ ନିକଟରୁ ଦର୍ଶନ ସମୟର ଉଠାଯାଇଥିବା ଜଣାପଡ଼ୁଛି। କାର୍ତ୍ତିକ ମାସରେ କିମ୍ବା ଆଜିର ଏହି ଫଟୋ ହୋଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ମହାପ୍ରଭୁଙ୍କ ଅବକାଶ ନୀତି ସମୟର ଏହି ଫଟୋ ବୋଲି ଜଣା ପଡିଛି।

ଆକାଶ ଚୌଧୁରୀ ଫେସ୍‌ବୁକ୍‌ରେ ଏହି ଫଟୋ ପୋଷ୍ଟ କରି ବଙ୍ଗାଳୀରେ ଲେଖିଛନ୍ତି ଯେ ‘ଆମାର ଜୀବନେର୍ ଆଜକେର୍ ଏହି ମୁହୂର୍ତ୍ତଟି କୋନଦିନ ଭୁଲବ୍ ନା। ଆଜ୍ ପୁରୀର୍ ଜଗନ୍ନାଥ ଦେବେରେ୍ ଦର୍ଶନ ହେଲା, ଏହାର ଅର୍ଥ ମୋ ଜୀବନର ଆଜିର ଏହି ମୁହୂର୍ତ୍ତଟି କୌଣସି ଦିନ ଭୁଲିବି ନାହିଁ। ଆଜି ପୁରୀର ଜଗନ୍ନାଥ ଦେବଙ୍କ ଦର୍ଶନ ପାଇଲି। ଅନ୍ୟପଟେ ଆକାଶ ତାଙ୍କ ଫେସବୁକରେ ଏହି ଫଟୋ ପୋଷ୍ଟ କରିବା ପରେ ଡିଲିଟ କରିଦେଇଥିବା ମଧ୍ୟ ଜଣାପଡ଼ିଛି।

ସୂଚନାଯୋଗ୍ୟ ଯେ, ଅତୀତରେ ମଧ୍ୟ ଶ୍ରୀମନ୍ଦିର ଭିତରର ଅନେକ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ପୂର୍ବରୁ ୨୦୧୭ ମସିହାରେ ପ୍ରଥମ ଥର ଗର୍ଭଗୃହ ଫଟୋ ଭାଇରାଲ୍ ହୋଇଥିଲା। ଏହା ଗର୍ଭଗୃହର ଦ୍ବିତୀୟ ଭାଇରାଲ୍ ଘଟଣା ବୋଲି ସେବାୟତମାନେ ମତ ଦେଇଛନ୍ତି। ଏହାକୁ ନେଇ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ତଦନ୍ତ ଆରମ୍ଭ ହୋଇଯାଇଛି। ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ କହିଛି। ଏତେ କଟକଣା, ସିସିଟିଭି କ୍ୟାମେରା ଓ ବ୍ୟାପକ ପୁଲିସ ମୁତୟନ ପରେ ବି କିପରି ଜଣେ ବ୍ୟକ୍ତି ଗର୍ଭଗୃହର ଫଟୋ ଉଠାଇ ପାରିଲା ଓ ଭିଡିଓ ସୁଟିଂ କଲା, ଏ ନେଇ ପ୍ରଶ୍ନ ଉଠିଛି । ଏଥି ସହିତ ଶ୍ରୀମନ୍ଦିର ପ୍ରତି ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related Posts