ଜମ୍ମୁକଶ୍ମୀର ସୁଞ୍ଜୱାନ ଏନକାଉଣ୍ଟର ଘଟଣା: ସହିଦ ଯବାନଙ୍କ ପରିବାରକୁ ସହାୟତା ଘୋଷଣା କଲେ ମଧ୍ୟପ୍ରଦେଶ ସରକାର

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ସରକାର ଜମ୍ମୁକଶ୍ମୀର ସୁଞ୍ଜୱାନ ଏନକାଉଣ୍ଟରରେ ସହିଦ ହୋଇଥିବା ଯବାନଙ୍କ ପରିବାର ପାଇଁ ସହାୟତା ଘୋଷଣା କରିଛନ୍ତି । ଆକ୍ରମଣରେ CRPF ଯବାନ ଶଙ୍କର ପ୍ରସାଦ ପଟେଲ ସହିଦ ହୋଇଥିବାବେଳେ ତାଙ୍କ ପରିବାରକୁ ଏକ କୋଟି ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି । ଦୁଇ ଆତ୍ମଘାତୀ ଆତଙ୍କବାଦୀଙ୍କ ଆକ୍ରମଣରେ CISF ଯବାନ ଶଙ୍କର ପ୍ରସାଦ ପଟେଲ ସହିଦ ହୋଇଥିଲେ । ମଧ୍ୟପ୍ରଦେଶର ସାତନା ଜିଲ୍ଲାର ନାଉଗାୱାନ ଗ୍ରାମରେ ସହିଦ CISF ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର(ASI) ଶଙ୍କର ପ୍ରସାଦଙ୍କ ପ୍ରସାଦଙ୍କ ପାର୍ଥୀବ ଶରୀର ପହଞ୍ଚିଛି । ରବିବାର ତାଙ୍କର ଶେଷକୃତ୍ୟ ସଂପନ୍ନ ନେଇ ସୂଚନା ରହିଛି ।

ସହିଦ ଶଙ୍କର ପ୍ରସାଦଙ୍କ ମୃତ୍ୟୁରେ ଦଃଖ ପ୍ରକାଶ କରିବା ସହ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ୧ କୋଟି ଟଙ୍କାର ସହାୟତା, ପରିବାରରୁ ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି ଓ ଶଙ୍କର ପ୍ରସାଦଙ୍କ ନାମରେ ଏକ ଅନୁଷ୍ଠାନ କରିବାକୁ ଘୋଷଣା କରିଛନ୍ତି ।

ସୂଚନା ଥାଉକି, ଅଗଷ୍ଟ ୨୯ରେ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଥମ ରାଜନୈତିକ ଜାମ୍ମୁ-କାଶ୍ମୀର ଗସ୍ତର ଦୁଇଦିନ ପୂର୍ବରୁ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ସୁଞ୍ଜୱାନା ଅଞ୍ଚଳରେ ପ୍ରାୟ ୧୫ଜଣ CRPF ଯବାନଙ୍କୁ ନେଇ ଏକ ସେନା ବସ୍‌ ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ।

ଯବାନଙ୍କ ଗାଡି ଅତିକ୍ରମ କଲାବେଳେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିଲା । ଆତଙ୍କବାଦୀଙ୍କ ଏହି ବର୍ବରକାଣ୍ଡ ପରେ, ସୁରକ୍ଷାବାହିନୀ ଓ ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୨ ଆତଙ୍କୀକୁ ନିପାତ କରିବାରେ ସଫଳ ହୋଇଥିଲା ସୁରକ୍ଷାବାହିନୀ । ତେବେ ଦୁର୍ଭ୍ୟଗ୍ୟପୂର୍ଣ୍ଣ ଭାବେ ଜଣେ ଯବାନ ସହିଦ ହୋଇଥିଲେ ଓ ୪ ଜଣ ଆହତ ହୋଇଥିଲେ ।

ସହିଦ ଯବାନ ମଧ୍ୟପ୍ରଦେଶ ର ହୋଇଥିବା ବେଳେ, ମଧ୍ୟପ୍ରଦେଶ ସରକାର ତାଙ୍କ ପରିବାର ପାଇଁ ଏହି ସହାୟତା ରାଶି ଘୋଷଣା କରିଛନ୍ତି ।

Related Posts