ଇଂଲଣ୍ଡର ଜଣେ ୩୪ ବର୍ଷୀୟ ଯୁବକଙ୍କ ଅଜବ ଦାବୀ: ପ୍ରତିଦିନ ନିଜ ପରିସ୍ରା ପିଉବା ଦ୍ୱାରା ଦେଖାଯାଉଛଂତି ୧୦ ବର୍ଷ ସାନ

ସାଧାରଣତଃ ନିଜ ଶରୀରଙ୍କୁ ନେଇ ଅନେକ ଫିଟ୍ ରହିବାକୁ ପସନ୍ଦ କରନ୍ତି । କେହି କେହି ଅନେକ ଫିଟ ରହିବାକୁ ସେ କେତେ କଣ ଓ୍ୱାର୍କ ଆଉଟ କରିଥାନ୍ତି । ଆଉ କେହି କେହି ଚାହିଁଥାନ୍ତି ବୟସ କେମିତି କମ ରହିବ ।ଏହାସହ ସବୁବେଳେ ୟଙ୍ଗ ରହିବାକୁ ବି ପସନ୍ଦ କରିଥାନ୍ତି । ତେବେ ଏପରି ଏକ ଯୁବକ ଯିଏ ନିଜ ପରିସ୍ରାକୁ ନେଇ ଚର୍ଚାକୁ ଆସିଛନ୍ତି | ଇଂଲଣ୍ଡର ଜଣେ ୩୪ ବର୍ଷୀୟ ଯୁବକ ଅଜବ ଦାବୀ କରିଛନ୍ତି । ସେ ପୁଣି ନିଜ ପରିସ୍ରା ଉପରେ | ସେ କହିଛନ୍ତି ପ୍ରତିଦିନ ନିଜ ପରିସ୍ରା ପିଉଥିବା ଦ୍ୱାରା ଅବସାଦ(ଡିପ୍ରେସନ)ରୁ ଆରୋଗ୍ୟ ଲାଭ କରିବା ସହ ସେ ୧୦ ବର୍ଷ ସାନ ଦେଖାଯାଉଛନ୍ତି । ନ୍ୟୟର୍କ ପୋଷ୍ଟରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ହାମ୍ପସାୟରରେ ରହୁଥିବା ହ୍ୟାରି ମାଟାଡିନ୍ ୨୦୧୬ରେ ଅବସାଦରେ ଶିକାର ହେବା ପରେ ମାନସିକ ସମସ୍ୟାରୁ ଆରୋଗ୍ୟ ଲାଭ କରିବା ଲାଗି ନିଜ ପରିସ୍ରା ପିଇବା ଆରମ୍ଭ କରିଥିଲେ ।

‘ୟୁରିନ୍ ଥେରାପି’ ଆରମ୍ଭ କରିବା ପରେ ସେ ଭିନ୍ନ ଏକ ଶାନ୍ତି ଓ ନୂତନ ଭାବନା ଅନୁଭବ କରିଥିଲେ । ତା’ପରଠାରୁ ସେ ନିଜ ପରିସ୍ରା ପାନ କରିବା ସପକ୍ଷରେ ମତ ଦେଇଛନ୍ତି । ପରିସ୍ରା ପିଇବା ପରେ ଯେଉଁ ଫୂର୍ତ୍ତି ଅନୁଭବ କଲେ ତାହା ତାଙ୍କ କଳ୍ପନା ବାହାରେ ଥିଲା । ଏହାକୁ ପାନ କରିବା କ୍ଷଣି ଏହା ତାଙ୍କ ମସ୍ତିଷ୍କକୁ ଜାଗ୍ରତ କରିବା ସହ ତାଙ୍କ ଉଦାସୀନତାକୁ ଦୂର କରିଥିଲା । ଏଥିଯୋଗୁଁ ସେ ଅଧିକ ଶାନ୍ତ ଓ ଏକାଗ୍ରତା ଅନୁଭବ କରିଥିଲେ ବୋଲି ହ୍ୟାରି ମାଟାଡିନ୍ କହିଛନ୍ତି ।

୩୪ ବର୍ଷିୟାଙ୍କ ହ୍ୟାରି ଦୈନିକ ପାନୀୟରେ ପ୍ରାୟ ୨୦୦ ମି.ଲି. ମୂତ୍ର ପିଇଥାନ୍ତି । ସେ କୁହନ୍ତି ଯେ, ମାସ ମାସ ଧରି ରହିଥାଏ ପରିସ୍ରା । ତେବେ ଏହା ସୁପର କ୍ଲିନ ବୋଲି ସେ ଦାବି କରନ୍ତି । ରିପୋର୍ଟ ଅନୁଯାୟୀ, ୩୪ ବର୍ଷୀୟ ବ୍ୟକ୍ତି କେବଳ ତାଙ୍କ ପରିସ୍ରା ପିଅନ୍ତି ନାହିଁ ଏହାସହ ନିଜ ପରିସ୍ରାକୁ ମହଁରେ ମଇଶ୍ଚରାଇଜର ଭାବେ ବ୍ୟବହାର କରନ୍ତି ।’ୟୁରିନ୍ ଯୋଗୁଁ ମୁଁ ଖୁବ ଯୁବ ଦେଖାଯାଉଛି । ପୁରୁଣା ପରିସ୍ରା ପିଇବା ଦ୍ୱାରା ମୋ ଚେହେରା ପୁନର୍ଜୀବିତ ହୋଇଛି ଆଉ ଏହାକୁ ମୁହଁରେ ଘଷିଲେ ତୁରନ୍ତ ଫରକ ଦେଖାଯାଏ । ମୋ ଚେହେରା ଏବେ ଯୁବ , ସଫ୍ଟ ଓ ଗ୍ଲୋ କରୁଛି । ଏହା ଚର୍ମ ପାଇଁ ଶ୍ରେଷ୍ଠ ଖାଦ୍ୟ’ ବୋଲି ସେ ଦାବି କରିଛନ୍ତି ।

Related Posts