ବର୍ତ୍ତମାନ ଗ୍ୟାସ ସିଲିଣ୍ଡର ଏତେ ମହଙ୍ଗା ହୋଇଛି ଯେ ସାଧାରଣ ଲୋକଙ୍କ ପାଖରେ ଚା-ପୋକଡା ମଧ୍ୟ ପହଞ୍ଚି ପାରୁ ନାହିଁ: ଅଖିଳେଶ ଯାଦବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିନକୁ ଦିନ ସାରା ଭାରତରେ ପ୍ରତ୍ୟେକ ଜିନିଷର ଦରଦାମ ବୃଦ୍ଧି ହେବାରେ ଲାଗିଛି । ଏହାର ପ୍ରଭାବ ସିଧାସଳଖ ଜନସାଧାରଣଙ୍କ ଉପରେ ପଡ଼ିବାରେ ଲାଗିଛି । ସେପଟେ ଦରଦାମ ବୃଦ୍ଧିକୁ ନେଇ ବିରୋଧୀ ବାରମ୍ବାର ଶାସକ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରି ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ଗ୍ୟାସ ସିଲିଣ୍ଡର ଏତେ ମହଙ୍ଗା ହୋଇଛି ଯେ ଚା-ପାକୋଡା ମଧ୍ୟ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରି ନାହିଁ ବୋଲି ଅଖିଳେଶ ଯାଦବ କହିଛନ୍ତି । ସେପଟେ ଟ୍ୱିଟରରେ ବର୍ଦ୍ଧିତ ଗ୍ୟାସ ସିଲିଣ୍ଡର ମୂଲ୍ୟର ତାଲିକା ସେୟାର କରି ଅଖିଳେଶ ଯାଦବ ଲେଖିଛନ୍ତି ଯେ ‘ଦେଶରେ ସିଲିଣ୍ଡର ମୂଲ୍ୟ ୨.୫ ହଜାର ଅତିକ୍ରମ କରିଛି । ଯାହାଫଳରେ ଚା-ପାକୋଡା ମଧ୍ୟ ସାଧାରଣ ଲୋକଙ୍କ ପାଖରେ ପହଞ୍ଚି ପାରୁ ନାହିଁ । ନିର୍ବାଚନରେ ବିଜେପି କହିଛି ଯେ ଆସନ୍ତା ପାଞ୍ଚ ବର୍ଷ ପାଇଁ ଚାଷୀଙ୍କୁ ବିଦ୍ୟୁତ୍ ବିଲ୍ ଦେବାକୁ ପଡିବ ନାହିଁ । କିନ୍ତୁ ବର୍ତ୍ତମାନ ସେମାନେ କହୁଛନ୍ତି ଯେ ପ୍ରତ୍ୟେକ ଗ୍ରାହକ ନିଜ ବିଲକୁ ପ୍ରଦାନ କରନ୍ତୁ ।

ଏହି ସରକାରଙ୍କୁ ଉତ୍ତର ଦେବାକୁ ପଡ଼ିବ ଯେ ଏସପି ଶାସନ କାଳରେ ବୃଦ୍ଧି ହୋଇଥିବା ଏହି ଉତ୍ପାଦନ ଗୁଡ଼ିକର କ୍ଷମତାକୁ ବର୍ତ୍ତମାନ କାହିଁକି ବୃଦ୍ଧି କରାଯାଉ ନାହିଁ ବୋଲି ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି । ସେପଟେ ତାଙ୍କର ଏହି ଟ୍ୱିଟ ସାମ୍ନାକୁ ଆସିବା ପରେ ଲୋକମାନେ ମଧ୍ୟ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ତେବେ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ଚା-ପାକୋଡା ବହୁତ ଦୂର, ଭାଇ, ସାଧାରଣ ଲୋକ ନିଜେ ସିଲିଣ୍ଡର ଭରି ଖାଦ୍ୟ ଖାଇବାକୁ ଅସମର୍ଥ। ଲୋକଙ୍କୁ ମାଗଣା ସିଲିଣ୍ଡର ଦେଇଥିଲେ ସତ କିନ୍ତୁ ବର୍ତ୍ତମାନ ଏହାର ମୂଲ୍ୟ ଆକାଶ ଛୁଆଁ ହେଲାଣି । ରାହୁଲ ସିଂ ନାମକ ଜଣେ ଉପଭୋକ୍ତା ଲେଖିଛନ୍ତି ଯେ ବେକାରମାନଙ୍କ ପାଇଁ ପାକୋଡା ଭାଜିବା ମଧ୍ୟ ସହଜ ନୁହେଁ ବୋଲି କହିଛନ୍ତି । ଦରଦାମ ବୃଦ୍ଧି ସମୟରେ ଅଖିଳେଶ ଯାଦବଙ୍କ ଟ୍ୱିଟ ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts