ବ୍ଲାକ ସି’ ନିକଟରେ ରୋମାନିଆର ହେଲିକପ୍ଟର କ୍ରାଶ, ୭ ଜଣ ଯବାନଙ୍କ ମୃତ୍ୟୁ

ୟୁକ୍ରେନ ଓ ରୁଷ ମଧ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଏହାରି ମଧ୍ୟରେ ବ୍ଲାକ ସି’ ନିକଟରେ ରୋମାନିଆର ଗୋଟିଏ ହେଲିକପ୍ଟର ହଠାତ୍‌ ଦୁର୍ଘଟଣାର ଶିକାର ହୋଇଛି। ଫଳରେ ଏହି ଦୁର୍ଘଟଣାରେ ୭ ଜଣ ଯବାନଙ୍କ ମୃତ୍ୟୁ ଘଟିଥିବା ରୋମାନିଆ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ବ୍ଲାକ ସି’ ନିକଟରେ ରୋମାନିଆର ଗୋଟିଏ ଯୁଦ୍ଧ ବିମାନ ଓ ଏହାର ପାଇଲଟ ନିଖୋଜ ହୋଇଯାଇଥିବା ବେଳେ ତାଙ୍କୁ ଖୋଜିବା ପାଇଁ ସର୍ଚ୍ଚ ଅପରେସନରେ ଆଇଏଆର ୩୩୦-ପୁମା ହେଲିକପ୍ଟର ସାମିଲ ହୋଇଥିଲା। ଏଥିରେ ୫ ଜଣ କ୍ରୁ ସଦସ୍ୟ ଓ ରୋମାନିଆ ନୌସେନାର ୨ ଜଣ ସଦସ୍ୟ ଥିଲେ। ହେଲିକପ୍ଟରଟି ଏୟାରଫିଲ୍ଡ ଠାରୁ ୧୧ କିମି ଦୂର ଗୁରା ଦୋବ୍ରୋଗେଇ ଠାରେ ଥିବା ବେଳେ କ୍ରାଶ କରିଛି। ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇଛନ୍ତି। ତେବେ ପୂର୍ବରୁ ନିଖୋଜ ଥିବା ଏମଆଇଜି ୨୧ ଲାନ୍ସେର ଯୁଦ୍ଧ ବିମାନକୁ ଏବେ ବି ଖୋଜା ଯାଉଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ହେଲିକପ୍ଟରଟି କେମିତି କ୍ରାଶ କଲା ସେକଥା ଜଣାପଡ଼ିଛି। ବ୍ଲାକ ସି’ରେ ଏବେ ରୁଷ ସୈନ୍ୟଙ୍କ ଗତିବିଧି ବଢ଼ିଛି। ସେହିପରି ୟୁକ୍ରେନର ସ୍ନେକ ଦ୍ୱୀପ ଠାରୁ ରୋମାନିଆ ସୀମାନ୍ତ ମାତ୍ର ୪୦ କିମି ଦୂର। ତେଣୁ ଏହା ପଛରେ ରୁଷର ଭୂମିକା ରହିଛ କି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

Related Posts