ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ; ଡିଆରଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ

ଭୁବନେଶ୍ୱର,୧୧/୩(ସତ୍ୟପାଠ ବ୍ୟୁରୋ):   ଅଗ୍ନି-୫ ମିସାଇଲର ସଫଳ ପରୀକ୍ଷଣ ପାଇଁ ଡିଆରଡିଓ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଜି ଟୁଇଟ୍ କରି ମୋଦୀ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଟୁଇଟ୍ କରି ମୋଦୀ ଲେଖିଛନ୍ତି, ମିଶନ ଦିବ୍ୟାସ୍ତ୍ର ପାଇଁ ଡିଆରଡିଓ ବୈଜ୍ଞାନିକଙ୍କ ଉପରେ ଆମର ଗର୍ବ ।

ଏମଆଇଆରଭି ଜ୍ଞାନକୌଶଳ ସହ ନିର୍ମାଣ ହେଇଥିବା ଏହି ମିସାଇଲର ସଫଳ ପରୀକ୍ଷଣ ହେଇଛି । ସ୍ୱଦେଶୀ ରୂପେ ବିକଶିତ ହେଇଥିବା ଅଗ୍ନି-୫ ମିସାଇଲର ପ୍ରଥମ ଉଡାଣ ସଫଳ ହେଇଛି ବୋଲି ମୋଦୀ ଟୁଇଟ୍ କରି ସୂଚନା ଦେଇଛନ୍ତି ।

Related Posts