ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଉପକୂଳରୁ ନୌସେନାର ଏକ ଯୁଦ୍ଧ ଜାହାଜରୁ VL SRSAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ବର : VL SRSAM କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ । ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଉପକୂଳରୁ ନୌସେନାର ଏକ ଯୁଦ୍ଧ ଜାହାଜରୁ ଏହି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରାଯାଇଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥା DRDO ଏବଂ ଭାରତୀୟ ନୌସେନା ପକ୍ଷରୁ ମିଳିତ ଭାବରେ ଏହି ପରୀକ୍ଷଣ କରାଯାଇଥିଲା ।

VL SRSAM ହେଲା ଭର୍ଟିକାଲ ଲଞ୍ଚ୍ ସର୍ଟ ରେଞ୍ଜ ସର୍ଫେସ୍ ଟୁ ଏୟାର ମିଶାଇଲ । ଏହା ଶତ୍ରୂପକ୍ଷର ଆକାଶ ମାର୍ଗରୁ କରାଯାଉଥିବା ଆକ୍ରମଣକୁ ପ୍ରତିହତ କରିଥାଏ ।

ଶୁକ୍ରବାର ଆକାଶ ମାର୍ଗରୁ ଆସୁଥିବା ଏକ ଦ୍ରୁତଗାମୀ ଲକ୍ଷ୍ୟକୁ ସଫଳତାର ସହ ଭେଦ କରିଥିଲା । ଏହି କ୍ଷେପଣାସ୍ତ୍ରର ଗତିବିଧିକୁ ଚାନ୍ଦିପୁର ସମନ୍ବିତ ପରୀକ୍ଷଣ କେନ୍ଦ୍ର ITRରୁ ନିରୀକ୍ଷଣ କରାଯାଇଥିଲା । ଏନେଇ DRDO ପକ୍ଷରୁ ସୂଚନା ଦିଆଯାଇଛି ।

Related Posts