ଗୁଜୁରାଟ ଦଙ୍ଗା ଓ ବାବ୍ରି ମସଜିଦ ଭାଙ୍ଗିବା ସହ ଜଡିତ ଅବମାନନା ମାମଲାକୁ ବନ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । 2002 ବହୁ ଚର୍ଚ୍ଚିତ ଗୁଜୁରାଟ ଦଙ୍ଗା ସହ ଜଡିତ ସମସ୍ତ ମାମଲା ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ଏସସିଙ୍କ ପୂର୍ବରୁ ଗୋଟିଏ ବ୍ୟାଚ୍‌ ଯାଚିକା ପେଣ୍ଡିଙ୍କ ରହିଥିଲା । କୋର୍ଟ କହିଛନ୍ତି, ସମୟ ଅନୁସାରେ ମାମଲା ବଢିବାକୁ ଲାଗିଛି । ସମୟ ଗଡିବା ସହିତ ମାମଲା ବର୍ତ୍ତମାନ ନିଷ୍ଫଳ ହୋଇଛି । ଗୁଜୁରାଟ ଦଙ୍ଗା ମାମଲାରେ ଦାଖଲ ହୋଇଥିବା ଅନେକ ପିଟିସନର ବର୍ତ୍ତମାନ କୌଣସି ଅର୍ଥ ନାହିଁ ।

ତେଣୁ ଏହା ଉପରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରାଯାଉ । ଗୁଜୁରାଟ ଦଙ୍ଗାର ୯ଟି ମାମଲା ମଧ୍ୟରୁ ୮ଟିରେ ଶୁଣାଣି ଶେଷ ହୋଇଛି ବୋଲି କୋର୍ଟ କହିଛନ୍ତି । ଗୁଜୁରାଟର ନରୋଡା ଗୋଟିଏ ମାମଲା ଶୁଣାଣି ଟ୍ରାଏଲ କୋର୍ଟରେ ଚାଲିଛି । ଏହା ବ୍ୟତୀତ ବାବ୍ରି ମସଜିଦ ଭାଙ୍ଗିବା ସହ ଜଡିତ ଅବମାନନା ମାମଲାକୁ ମଧ୍ୟ ବନ୍ଦ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଏକ ଖଣ୍ଡପୀଛ ମଙ୍ଗଳବାର କହିଛନ୍ତି ଯେ, “ଏତେ ସମୟ ଗଡିବା ସହିତ ଏସବୁ ଶୁଣାଣିର କୌଣସି ଅର୍ଥ ନାହିଁ । ଗୁଜୁରାଟ ଦଙ୍ଗା ସହ ଜଡିତ ଅନେକ ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଅଛି । ଗୁଜୁରାଟ ଦଙ୍ଗା ସହ ଜଡିତ 9ଟି ମାମଲା ମଧ୍ୟରୁ 8 ଟିରେ ନିମ୍ନ ଅଦାଲତ ରାୟ ଦେଇଛନ୍ତି । ନରୋଡା ଗ୍ରାମ ସହ ଜଡିତ ମାମଲାର ଶୁଣାଣି ଜାରି ରହିଛି । ଏଭଳି ପରିସ୍ଥିତିରେ ଏହା ସହ ଜଡିତ କୌଣସି ମାମଲାର ଶୁଣାଣି କରିବାର ଆବଶ୍ୟକତା ନାହିଁ ।”

ସେପଟେ ବାବ୍ରି ମସଜିଦ ଭାଙ୍ଗିବା ମାମଲାରେ ଓକିଲ ପ୍ରଶାନ୍ତ ଭୂଷଣ ଏବଂ ସାମ୍ବାଦିକ ତରୁଣ ତେଜପାଲଙ୍କ ବିରୋଧରେ ଅବମାନନା ମାମଲା ରୁଜୁ ହୋଇଥିଲା । ଏହି ପ୍ରସଙ୍ଗରେ ଉଭୟ କ୍ଷମା ମାଗି ସାରିଛନ୍ତି । ତେଣୁ ଏହି ମାମଳାକୁ ବନ୍ଦ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

Related Posts