୨୨ ଦିନ ହେବ ମେଘାଳୟର ଖଣି ଭିତରେ ଅଟକି ରହିଥିବା ୧୫ଜଣ ଶ୍ରମିକଙ୍କୁ ଠାବ କରିବା ଲାଗି କରାଯାଉଥିବା ଉଦ୍ଧାର ଉଦ୍ୟମ ଉପରେ ଗୁରୁବାର ସୁପ୍ରିମ୍କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି । ମେଘାଳୟର ପୂର୍ବ ଜୈନ୍ତିଆ ହିଲ୍ସ୍ସ୍ଥିତ ବେଆଇନ୍ ଖଣି ମଧ୍ୟରେ ପାଣି ପଶିଯିବାରୁ ଅଟକି ରହିଥିବା ଶ୍ରମିକମାନଙ୍କର ଉଦ୍ଧାର କାର୍ଯ୍ୟ ତ୍ବରିତ କରିବାକୁ କରିବାକୁ ସରକାର ଆଦେଶ ଦିଅନ୍ତୁ ବୋଲି କହିଛନ୍ତି ସୁପ୍ରିମକୋର୍ଟ ।
ଏ ନେଇ ଆଗତ ଏକ ପିଟିସନ୍ ଉପରେ ଶୁଣାଣି କରି ସୁପ୍ରିମ୍ କୋର୍ଟ କହିଛନ୍ତି ଯେ, ଆମେ ଠାକୁରଙ୍କୁ ଡାକୁଛୁ ସମସ୍ତେ ବଞ୍ଚି ଥାଆନ୍ତୁ । ଉଦ୍ଧାର ଅଭିଯାନରେ ଯୋଗ ଦେବାକୁ ସେନାବାହିନୀକୁ କାହିଁକି ସରକାର ଆଦେଶ ଦେଇ ନାହାନ୍ତି ବୋଲି ବିଚାରପତିମାନେ ପ୍ରଶ୍ନ କରିଥିଲେ । କିଛି ଦିନ ହେବ ସରକାରୀ ଆଦେଶ ଅମଲାତାନ୍ତ୍ରିକ ନାଲିଫିତାରେ ଲାଖି ରହିଛି ବୋଲି ଜଣାପଡ଼ିଛି।