ଟି-୨୦ ବିଶ୍ୱକପ୍‌; ଆଜି ଘୋଷଣା ହୋଇପାରେ ଭାରତୀୟ ଦଳ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତା ଅକ୍ଟୋବର ମାସରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍‌ । ଏଥିପାଇଁ ସବୁ ଦଳ ନିଜ ନିଜ ପ୍ରସ୍ତୁତିରେ ଲାଗିପଡିଛନ୍ତି । ଏହିକ୍ରମରେ ଭାରତ ମଧ୍ୟ ନିଜ ପାଇଁ ଶ୍ରେଷ୍ଠ ଦଳ ଚୟନ କରିବା ଲକ୍ଷ୍ୟରେ ରଖିଛି। ଆଗାମୀ ଟି-୨୦ ବିଶ୍ୱକପ୍‌ ଟ୍ରଫି ହାତେଇବା ପାଇଁ ସୋମବାର ଘୋଷଣା ହୋଇପାରେ ଟିମ୍‌ ଇଣ୍ଡିଆ ।ଅପରାହ୍ନରେ ଏଥିପାଇଁ ଚୟନକର୍ତ୍ତାଙ୍କ ବୈଠକ ବସିବ । ଏଥିରେ ଆଗାମୀ ଟି-୨୦ ବିଶ୍ୱକପ୍‌ ପାଇଁ ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା ହୋଇପାରେ । ତେବେ ଏହି ୧୫ଜଣିଆ ଟିମ୍‌ରେ କିଏ ସାମିଲ ହେବେ, କିଏ ବାଦ୍ ପଡ଼ିବେ ଏହାରି ଉପରେ କ୍ରୀଡାପ୍ରେମୀଙ୍କ ନଜର ରହିଛି ।

ଦଳର ଷ୍ଟାର ଅଲ୍ ରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କୁ ନେଇ ଏବେବି ସସ୍‌ପେନ୍ସ ଜାରି ରହିଛି । ଚଳିତ ଏସିଆ କପ୍‌ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିଲେ ଜାଡେଜା । ଏହାପରେ ତାଙ୍କର ଅସ୍ତ୍ରପ୍ରଚାର ମଧ୍ୟ ହୋଇଛି । ତେବେ ତାଙ୍କ ରିପୋର୍ଟ ଓ ଫିଟ୍‌ନେସ୍‌କୁ ଦେଖି ତାଙ୍କୁ ଦଳରେ ନିଆଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି ।

Related Posts