ହେଲିକପ୍ଟରରେ ମୃତଦେହ ବାନ୍ଧି ତାଲିବାନ ପ୍ୟାଟ୍ରୋଲିଂ କରୁଥିବା ବ୍ୟକ୍ତି ଜୀବିତ, ତାଲିବାନ ଝଣ୍ଡା ଝୁଲାଇବା ପାଇଁ ବିମାନରେ ଝୁଲିଥିଲେ ଯୁବକ : ରିପୋର୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛିଦିନ ତଳେ ତାଲିବ ଟାଇମ୍ସ ପକ୍ଷରୁ ଟ୍ୱିଟରେ ଦାବି କରାଯାଇଥିଲା ଯେ, “ଆମର ଏୟାରଫୋର୍ସ! ଏହି ସମୟରେ ଦି ଇସଲାମିକ ଇମିରେଟର ଏୟାରଫୋର୍ସର ହେଲିକପ୍ଟର କାନ୍ଦାହାର ସହର ଉପରେ ଉଡ଼ିଛୁ ଓ ପୂରା ସହରରେ ପ୍ୟାଟ୍ରୋଲିଂ କରୁଛି।”ଏହି ଭାଇରଲ ଭିଡିଓକୁ ନେଇ ରିପବ୍ଲିକାନ୍ ସିନେଟର ଟେଡ କ୍ରୁଜ ଆମେରିକା ରାଷ୍ଟ୍ରପତି ଜୋ ବିଡେନଙ୍କ କଡା ସମାଲୋଚନା କରିଥିଲେ। କିନ୍ତୁ ବର୍ତ୍ତମାନ ତାଲିବ ଟାଇମ୍ସ ପକ୍ଷରୁ ଟ୍ବିଟ୍ କୁ ଡିଲିଟ କରି ଦିଆଯାଇଛି।

ଗତ କିଛିଦିନ ତଳେ କିଛି ମିଡିଆ ରିପୋର୍ଟରେ ଦାବି କରାଯାଇଥିଲା ଯେ ସୋମବାର ଦିନ ଆମେରିକାର ସୈନ୍ୟମାନେ ଦେଶ ଛାଡି ଚାଲିଯିବା ପରେ ଆମେରିକା ଯୁଦ୍ଧ ବିମାନରେ ଜଣେ ବ୍ୟକ୍ତିଙ୍କୁ ଝୁଲାଇ ପେଟ୍ରୋଲିଂ କରାଉଛି ତାଲିବାନ। ଏହି ଭିଡିଓ ସାମ୍ନାକୁ ଆସିବା ପରେ ଭିନ୍ନ ଭିନ୍ନ ରିପୋର୍ଟରେ ଦୁଇଟି ପକ୍ଷ ରଖାଯାଇଥିଲା। ପ୍ରଥମେ କିଛି ରିପୋର୍ଟରେ ଦାବି କରାଯାଇଥିଲା ଯେ, ତାଲିବାନ ପାଇଲଟମାନଙ୍କୁ ତାଲିମ ପ୍ରଦାନ କରୁଛି ତେଣୁ କାନ୍ଦାହାରର ଯେକୌଣସି ଫ୍ଲାଇଙ୍ଗ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦ୍ୱିତୀୟରେ, ଜଣେ ବ୍ୟକ୍ତି ହେଲିକପ୍ଟରରୁ ‘ଝୁଲୁଥିବା’ ଦେଖାଯାଇଥିଲା।

ଭିଡିଓ ଭାଇରାଲ ହେବା ପରେ କିଛି ସୋସିଆଲ ମିଡିଆ ଆକାଉଣ୍ଟ ପକ୍ଷରୁ ଦାବି କରାଯାଇଥିଲା ଯେ ହେଲିକପ୍ଟରରେ ଝୁଲୁଥିବା ବ୍ୟକ୍ତି ପ୍ରକୃତରେ ଜଣେ ତାଲିବାନ ଯିଏକି ଯୁଦ୍ଧବିମାନ ଯୋଗେ ଆକାଶ ମାର୍ଗରେ ତାଲିବାନ ପତାକା ଲଗାଇବାକୁ ଚେଷ୍ଟା କରୁଥିଲା। ଆସଭାକା ନ୍ୟୁଜ୍ ଏଜେନ୍ସି ମଧ୍ୟ ସେହି ଭିଡିଓ ପୋଷ୍ଟ କରି ଦାବି କରିଛି ଯେ କାନ୍ଦାହାର ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଉପରେ ବ୍ଲାକ୍ ହକ୍ ଦେଖାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଉକ୍ତ ବ୍ୟକ୍ତି ପ୍ରକୃତରେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ଆକାଶ ମାର୍ଗରୁ ପତାକା ଲଗାଇବାକୁ ଚେଷ୍ଟା କରୁଥିଲେ। କିନ୍ତୁ ହୋଇ ପାରି ନଥିଲା। ରଏଟର୍ସ ଫ୍ୟାକ୍ଟ୍ୟା ଚେକ୍ ଦାବି କରିଛି ଯେ ଭିଡିଓର ନିକଟତର ସୁଟ୍ ଦର୍ଶାଉଛି ଯେ ବିପରୀତ ଦାବି ସତ୍ତ୍ୱେ ବ୍ୟକ୍ତି ଜଣକ ଜୀବିତ ଅଛନ୍ତି।

ଏହା ପରେ ଟେଡ୍ କ୍ରୁଜ୍ ତାଙ୍କର ପୂର୍ବ ଟ୍ୱିଟ୍ ଡିଲିଟ୍ କରି ଲେଖିଛନ୍ତି, ” ମୁଁ ହେଲିକପ୍ଟରରୁ ତାଲିବାନର ଜଣେ ବ୍ୟକ୍ତିଙ୍କୁ ଝୁଲୁଥିବାର ଏକ ଭିଡିଓ ଟ୍ବିଟ୍ କରି ଥିଲି ତାହା ଭୁଲ୍ ଅଟେ। ତେଣୁ ମୁଁ ଟ୍ୱିଟ୍ ଡିଲିଟ୍ କରିଥିଲି। ତାଲିବାନ ହେଉଛି ନିର୍ଦ୍ଦୟ ଆତଙ୍କବାଦୀ। ଆମେ ସେମାନଙ୍କୁ ବ୍ଲାକ୍ ହକ୍ ହେଲିକପ୍ଟର ସମେତ ଅନେକ ଆମେରିକାର ସାମରିକ ଉପକରଣ ସେଠାରେ ଛିଡି ଆସିଛୁ।

Related Posts