(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଆଫଗାନିସ୍ତାନରେ ତାଲିବାନ ଶାସନ ଫେରିବା ପରେ ସେଠାରେ ଆତଙ୍କ ଖେଳିଯାଇଛି। ଲୋକେ ଜୀବନ ବିଞ୍ଚାଇବାକୁ ଦେଶ ଛାଡି ଚାଲି ଯିବା ପାଇଁ ଡହଳ ବିକଳ ହେଉଛନ୍ତି । ତେବେ ଏହା ମଧ୍ୟରେ ଆଫଗାନିସ୍ତାନରୁ ଆସିଛି ଛାତିଥରା ଦୃଶ୍ୟ । ଜୀବନ ବଞ୍ଚାଇବାର ଏହି ଦାରୁଣ ଚିତ୍ର ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ୩ ଜଣ ଯୁବକ ବିମାନରୁ ଖସି ପଡୁଛନ୍ତି।
ଗୋଟିଏ ସେନା ବିମାନରେ ଲୋକ ପରିପୂର୍ଣ୍ଣ ଥିଲେ । ବିମାନ ଫୁଲ ହୋଇଯାଇଥିବା କାରଣରୁ ଫାଟକ ବନ୍ଦ ହୋଇଯାଇଥିଲା, ଫଳରେ ୩ ତିନି ଜଣ ବ୍ୟକ୍ତି ଟାୟାର ଧରି ବିମାନରେ ଯିବାକୁ ପ୍ରୟାସ କରିଥିଲେ । ଜୀବନ ବଞ୍ଚାଇବା ପାଇଁ ଆଫଗାନିସ୍ତାନ ଛାଡି ଚାଲିଯିବାର ସ୍ୱପ୍ନ ଧୂଳିସାତ୍ ହୋଇଯାଇଥିଲା । ଜୀବନ ବିକଳରେ ତରବରିଆ ଭାବେ ବିପଦଜନକ ଅବସ୍ଥାରେ ବିମାନ ଚଢିବା ଏହି ତିନି ଜଣ ଯୁବକଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।
ସୂଚନାଯୋଗ୍ୟ ଯେ , କାବୁଲ ବିମାନବନ୍ଦରରୁ ଯାଉଥିବା ଏକ ବିମାନରେ ଲୋକ ପରିପୂର୍ଣ୍ଣ ଥିବା କାରଣରୁ ଏଥିରେ ଆଉ ଜାଗା ନଥିଲା । ଫଳରେ ୩ ତିନି ଜଣ ବ୍ୟକ୍ତି ଟାୟାର ଧରି ବିମାନରେ ଯିବାକୁ ପ୍ରୟାସ କରିଥିଲେ । କିନ୍ତୁ ଆଫଗାନିସ୍ତାନ ଛାଡିବା ପୂର୍ବରୁ ସେମାନଙ୍କର ଜୀବନ ଚାଲିଯାଇଥିଲା । ଜୀବନ ଚାଲିଯିବାର ଏହି ଲୋମଟାଙ୍କୁରା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓ କେଉଁ ସମୟର କେଉଁ ବିମାନର ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ।
ଉଲ୍ଲେଖଯୋଗ୍ୟ ଯେ ତାଲିବାନ ଏବେ ଆଫଗାନିସ୍ତାନକୁ ସମ୍ପୂର୍ଣ୍ଣ ଦଖଲ କରିସାରିଛି, ଯାହା ପରେ ଲୋକମାନେ ଆତାଙ୍କିତ ହୋଇଯାଇଛନ୍ତି। କାବୁଲ ବିମାନବନ୍ଦରରେ ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଲୋକମାନେ ଭିସା ଏବଂ ପାସପୋର୍ଟ ବିନା ଅନ୍ୟ ଦେଶକୁ ଯିବାକୁ ଚାଲିଯିବା ପାଇଁ ପ୍ରୟାସ କରୁଛନ୍ତି। ଆଜି ଯେତେବେଳେ ଲୋକମାନେ ବାହାର ଦେଶକୁ ଚାଲିଯିବା ପାଇଁ ବିମାନବନ୍ଦର ଆଡକୁ ଅଗ୍ରସର କଲେ ସେତେବେଳେ ଭିଡ ନିୟନ୍ତ୍ରଣ କରିବା ପାଇଁ ଆମେରିକା ସେନାକୁ ଫାୟାରିଙ୍ଗ କରିବାକୁ ପଡିଲା । ଫଳରେ କିଛି ଲୋକ ଏଥିରେ ମୃତ୍ୟୁ ବରଣ କରିଥିଲେ।