ଗୃହରେ ଭାଲୁଙ୍କ ଉତ୍ପାତ !

ସତ୍ୟପାଠ ବ୍ୟୁରୋ : ଠିକ୍ ଠାକ୍ ଚାଲୁନି ଗୃହ । ନିୟମରେ ଯାଉ ନାହାଁନ୍ତି ବାଚସ୍ପତି । ପବିତ୍ର ଗୃହରେ ନିୟମର ଅବମାନନା ହେଉଥିବା ଅଭିଯୋଗ କରିଛି କଂଗ୍ରେସ । ଏହାକୁ ନେଇ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଏଭଳି କିଛି ଦୃଶ୍ୟ ଆଜି ଦେଖିବାକୁ ମିଳିଛି ବିଧାନସଭାରେ ।

କଂଗ୍ରେସର ଅଭିଯୋଗ ହେଲା, ରାଜ୍ୟର ଅଧିକାଂଶ ମନ୍ତ୍ରୀ ଏବେ ପାଟକୁରାରେ ଡେରା ପକାଇଛନ୍ତି । ତେଣୁ କା’ ମନ୍ତ୍ରୀରେ ଚାଲିଛି ଗୃହ । ଆଉ ବାଚସ୍ପତି ବି ନିଜ ପଦର ବ୍ୟବହାର କରି ପାରୁ ନାହାଁନ୍ତି । ତେଣୁ ବିଧାନସଭାକୁ ବନ୍ଦ କରାଯାଉ । ଗୃହରେ ମନ୍ତ୍ରୀଙ୍କ ମରୁଡି ଯୋଗୁ ବିଧାୟକଙ୍କ ପ୍ରଶ୍ନର ଉତ୍ତର ଭାରପ୍ରାପ୍ତ ମନ୍ତ୍ରୀ ଦେଉଛନ୍ତି । ଫଳରେ ଆଲୋଚନା ସହଜ ହେଉ ନାହିଁ ।

ଆଜି ବିଧାନସଭାରେ ପାଂଚ-ଛଅଟି ବିଭାଗ ଉପରେ ଆଲୋଚନା ହୋଇଥିବା ବେଳେ ମାତ୍ର ଦୁଇଜଣ ମନ୍ତ୍ରୀ ଉତ୍ତର ରଖୁଥିଲେ । ଯେଉଁଥିରେ ଫିଡିକି ଉଠିଥିଲେ ତାରା । ଆଉ ଗୃହରେ ହଟ୍ଟଗୋଳ ଆରମ୍ଭ କରିଥିଲା କଂଗ୍ରେସ । ବାଚସ୍ପତିଙ୍କ ଉପରକୁ କାଗଜ ଫୋପାଡି କ୍ଷୋଭ ଜଣାଇଥିଲେ ତାରା । ଗୃହ ଚଳାଇବା ସମ୍ଭବ ନହେବାରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ବି ତାହା ବି ସଫଳ ହୋଇନଥିଲା । ପରେ ଗୃହକୁ ମୂଲତବୀ ରଖାଯାଇଥିଲା ।

Related Posts