
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ନିଜର ଷ୍ଟାର ପ୍ରଚାରକ ତାଲିକା । ଉପନିର୍ବାଚନ ପାଇଁ ୪୦ ଜଣିଆ ତାଲିକା ହୋଇଛି ପ୍ରସ୍ତୁତ। ଏଥିରେ ଛତିଶଗଡର କିଛି ମନ୍ତ୍ରୀ ଏହି ତାଲିକାରେ ଅଛନ୍ତି ।ଏହା ମଧ୍ୟରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଉପନିର୍ବାଚନ ଜିତିବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ ବୋଲି କହିଛନ୍ତି । ଏହା ସହ ପିସିସି ପରିବର୍ତ୍ତନ ପ୍ରସଙ୍ଗରେ ରାହୁଲ ପଚାରିଲେ ଆପଣ କାହିଁକି ଦାୟିତ୍ବ ଜାରି ରଖିବେନି, ମୁଁ କହିଲି ମୋର ସ୍ବାସ୍ଥ୍ୟଗତ କାରଣରୁ ମତେ ଅବ୍ୟାହତି ଦିଅନ୍ତୁ। ଡାକ୍ତର ମତେ କହିଛନ୍ତି ତିନି ଚାରି ମାସ ବିଶ୍ରାମ ଦରକାର। ୨୦୨୪ ରେ ଦିଲ୍ଲୀରେ ଓ ରାଜ୍ୟରେ କଂଗ୍ରେସ ସରକାରକୁ ଆସିବ।
ରାଜସ୍ଥାନ ଉଦୟପୁରରେ ଆସନ୍ତା ୧୩ ରୁ ୧୫ ଯାଏ ହେବାକୁ ଥିବା ଚିନ୍ତନ ଶିବିରରେ ଯୋଗ ଦେବାକୁ ଯିବା ଅବସରରେ ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେହିପରି ଶ୍ରୀମନ୍ଦିର ବିବାଦ ପ୍ରସକୁ ନେଇ ବିଜେଡି ଓ ବିଜେପି ନିଜ ଭାବମୂରର୍ତ୍ତି ରକ୍ଷା କରିବାକୁ ରାଜନୀତି କରୁଛନ୍ତି। ଆମେ ସତ୍ୟରେ ଅଛୁ। ସେମାନଙ୍କ ଭଳି ବଳ କଷା କଷି ଆମେ କରୁନୁ। ଏଏସଆଇ କାହିଁକି ବିଳମ୍ବ କଲା ମୁଁ ଜାଣିନି। ତେଣୁ ଆଇନ କାନୁନ କରାଯାଇ କାମ ହେଉ ବୋଲି କହିଛନ୍ତି ନିରଞ୍ଜନ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।