ଶିକ୍ଷକମାନଙ୍କ ଟୀକାକରଣ ପାଇଁ କୌଣସି ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ, ସେମାନେ ନିଜେ ଆସି ଟିକା ନିଅନ୍ତୁ : ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ରାଜ୍ୟରେ ଶିକ୍ଷକମାନଙ୍କ ପାଇଁ କୌଣସି ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା ନାହିଁ । ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ବିଜୟ ମହାପାତ୍ର। ସେ କହିଛନ୍ତି ଯେ, ” ଆମେ ଯେଉଁ ବୟସ ଅନୁଯାୟୀ ଟିକାକରଣ କରୁଛୁ, ସମସ୍ତ ଶିକ୍ଷକଙ୍କୁ ସେଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଏବଂ ସମସ୍ତଙ୍କୁ ଟିକା ନେବାକୁ କୁହାଯାଇଛି, ଶିକ୍ଷକ ମାନେ ଟୀକା ନେବା କଥା । ଯଦି ବର୍ତ୍ତମାନ ସୁଦ୍ଧା ସେମାନେ ଟିକା ନେଇନାହାଁନ୍ତି, ତେବେ ନିଜେ ଆସି ଟିକା ନିଅନ୍ତୁ” ଆଜି ଏଭଳି ଅନୁରୋଧ କରିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ବିଜୟ ମହାପାତ୍ର । 

ସେହିପରି ଆଇସିଏମଆର ଆଣ୍ଟିବଡି ରିପୋର୍ଟ ଓ ରାଜ୍ୟ ରିପୋର୍ଟ ଭିନ୍ନ ବୋଲି ସେ କହିଛନ୍ତି। ରାଜ୍ୟର ସ୍ଥିତି ବିଷୟରେ ସୂଚନା ଦେଇ ସେ କହିଛନ୍ତି ଯେ, ଆଇଏଲଏସ ଠାରୁ ଜାଣିବା ପରେ, ଯଦି କମ ଆଣ୍ଟିବଡି ଥାଏ ତେବେ ଏହାର ବ୍ୟବସ୍ଥା କରାଯିବ ।

ଆଇସିଏମଆର କର୍ତ୍ତୃପକ୍ଷ କଣ ରିପୋର୍ଟ ଦେଉଛନ୍ତି ତାହାକୁ ଅପେକ୍ଷା କରିବାକୁ ପଡିବ ବୋଲି ସେ କହିଛନ୍ତି। ସର୍ଭିଲାନ୍ସ ରଖିବା ହେଉଛି ଆମର ମୁଖ୍ୟ କାର୍ଯ୍ୟ । ସରକାର ଯେଉଁ ଭଳି ଭାବେ କୋଭିଡ ପ୍ରୋଟୋକଲ ମାନି ସ୍କୁଲ ଖୋଲିବା ପାଇଁ ଅନୁମତି ଦେଇଛନ୍ତି ଏ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ ଏହାର ତଦାରଖ କରିବେ ବୋଲି ଶ୍ରୀଯୁକ୍ତ ମହାପାତ୍ର କହିଛନ୍ତି। 

ସେହିପରି ରାଜ୍ୟର ସ୍ଥିତି ଏବେ ଭଲ ଅଛି, ଯଦି ଦୁଇ ତିନୋଟି ଜିଲ୍ଲାରେ ପଜିଟିଭିଟି ଅଧିକ ରହିଛି, ସଂକ୍ରମଣ ନିମ୍ନଗାମୀ ହେଉଛି ବୋଲି ସେ ସୂଚନା ଦେଇଛନ୍ତି। 

ସୂଚନାଯୋଗ୍ୟ ଯେ, ଜୁଲାଇ ୨୬ରୁ ସ୍କୁଲ ସହ ହଷ୍ଟେଲ ଖୋଲିବାକୁ ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି । ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ହଷ୍ଟେଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଗଣଶିକ୍ଷା, SC/ST ଓ ସଂଖ୍ୟାଲଘୁ ବିଭାଗ ପରିଚାଳିତ ହଷ୍ଟେଲ ଖୋଲିବ । ଘରୋଇ ସଂସ୍ଥା ପରିଚାଳିତ ଇଂଲିଶ ମିଡିୟମ ସ୍କୁଲ ହଷ୍ଟେଲ ମଧ୍ୟ ଖୋଲିବା ନେଇ ଅନୁମତି ଦିଆଯାଇଛି । 

ତେବେ ପୂର୍ବରୁ କଟକଣା ଆଉ ସୁରକ୍ଷା ବଳୟ ଭିତରେ ଖୋଲିବ ସ୍କୁଲ୍ ବୋଲି କୁହାଯାଇଥିଲା । ସାମାଜିକ ଦୂରତା ରଖି କ୍ଲାସ୍‌ରେ ବସିବେ ୨୦ ରୁ ୨୫ ପିଲା ଏବଂ ମାସ୍କ ବାଧ୍ୟତାମୂଳକ କରାଯାଇଛି । ୫୦ ପ୍ରତିଶତ ସିଟ୍ ଖାଲି ରଖି ଛାତ୍ରଛାତ୍ରୀଙ୍କୁ ପରିବହନ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି । କିଛି ଦିନ ପୂର୍ବରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏବେ ହଷ୍ଟେଲ ଖୋଲିବ ବୋଲି ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୧,୯୪୮ କରୋନା ପଜିଟିଭ ବାହାରିଛନ୍ତି।  କ୍ୱାରେଣ୍ଟିନରେ ୧,୧୨୦ ଜଣ ଥିବାବେଳେ ଲୋକାଲ କଣ୍ଟାକ୍ଟସ ଅଛନ୍ତି ୮୨୮ଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।ସେହିପରି ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ରାଜ୍ୟରେ  କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୫ ହଜାର ୩୦୮କୁ ବୃଦ୍ଧି ପାଇଛି।

Related Posts