ପଦ୍ମ ଧରିଲେ ତେଜେଶ୍ୱର ପରିଡ଼ା, ସକାଳେ ବିଜେଡିରୁ ଦେଇଥିଲେ ଇସ୍ତଫା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଓଡ଼ିଶା ଖଦି ଓ ଗ୍ରାମୋଦ୍ୟୋଗ ବୋର୍ଡର ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା ଆଜି ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ଏହାପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ତେବେ ଦୀର୍ଘଦିନ ଧରି ତେଜେଶ୍ଵର ବିଜେଡିରେ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା। ସବୁ ଚର୍ଚ୍ଚା ଭିତରେ ଆଜି ସେ ଦଳରୁ ଇସ୍ତଫା ଦେଇଥିଲେ।

ଆଜି ବିଜେପିର ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ, ସହ ପ୍ରଭାରୀ ବିଜୟପାଲ ସିଂ ତୋମାର, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜନ୍ତ ପଣ୍ଡାଙ୍କ ଉପସ୍ଥିତିରେ ତେଜେଶ୍ୱର ପରିଡା ବିଜେପିର ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି।
ଆଜି ସକାଳେ ସେ ବିଜେଡି ସୁପ୍ରିମୋ ତଥା ସଭାପତି ନବୀନ ପଟ୍ଟନାୟକଙ୍କୁ ଇ-ମେଲ୍ ଯୋଗେ ନିଜର ଇସ୍ତଫା ପତ୍ର ପଠାଇଥିଲେ । ଏନେଇ ସେ ଟ୍ୱିଟ କରି କହିଥିଲେ ଯେ, ମୁଁ ଆଜି ବିଜୁ ଜନତା ଦଳରୁ ଇସ୍ତଫା ଦେଲି। ଦଳର ମାନ୍ୟବର ସଭାପତିଙ୍କୁ ଇ-ମେଲ୍ ଯୋଗେ ମୋର ଇସ୍ତଫା ପତ୍ର ପଠାଇଛି ବୋଲି ତେଜେଶ୍ୱର ଟ୍ୱିଟ କରିଥିଲେ।

Related Posts