ୟୁକ୍ରେନ ଉପରେ ରୁଷର ଆକ୍ରମଣକୁ ଟେଲିକମ ଉପକରଣ ନିର୍ମାତା ନୋକିଆର ବିରୋଧ: ଅନିର୍ଦ୍ଦିଷ୍ଟ କାଳ ପାଇଁ ବ୍ୟବସାୟ ବନ୍ଦ

ନୂଆଦିଲ୍ଲୀ: ଆଜିକୁ ୪୯ ଦିନରେ ପହଞ୍ଚିଛି ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ । ଥମିବା ପରିବର୍ତ୍ତେ ଯୁଦ୍ଧ ଦିନକୁ ଦିନ ଅତି ଭୟଙ୍କର ହେବାରେ ଲାଗିଛି | ରୁଷ ୟୁକ୍ରେନ ଉପରକୁ ଘନ ଘନ ମିସାଇଲ ମାଡ଼ କରି ଚାଲିଛି | ୟୁକ୍ରେନ ରେ ନରସଂହାର ରଚିଛି ରୁଷ | ତେବେ ରୁଷ ର ଏପରି ଆକ୍ରମଣକୁ ନେଇ ବିରୋଧ କରିଛନି ଅନେକ ବଡ ବଡ ଦେଶ | ଏପରିକି ଅନେକ କମ୍ପାନୀ ମଧ୍ୟ ରୁଷ ସହ ବ୍ୟବସାୟକୁ ବନ୍ଦ କରିଦେଇଛନ୍ତି | ତେବେ ଏହାରି ମଧ୍ୟରେ ଟେଲିକମ ଉପକରଣ ନିର୍ମାତା ନୋକିଆ ଋଷ ବଜାରରେ ତାର ବ୍ୟବସାୟକୁ ବନ୍ଦ କରିଛି | ସିଇଓ ଖବର ସରବରାହ ସଂସ୍ଥା ରୟେଟର୍ସକୁ କହିଛନ୍ତି । ସେହିପରି ତାର ପ୍ରତିଦ୍ୱନ୍ଦି ଏରିକସନ ଗୋଟିଏ ପାଦ ଆଗକୁ ଯାଇ ସୋମବାର କହିଛି ସେ ଋଷରେ ନିଜର ବ୍ୟବସାୟକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରିଛି।

ଫେବୃଆରୀ ୨୪ରୁ ୟୁକ୍ରେନ ଉପରେ ଆକ୍ରମଣ ଓ ମସ୍କୋ ବିରୋଧରେ ପାଶ୍ଚାତ୍ୟ ଦେଶଗୁଡ଼ିକର ପ୍ରତିବନ୍ଧକ ଲାଗୁ ହୋଇଥିବାରୁ ଅନେକ ବିଦେଶୀ କମ୍ପାନୀ ଏବେ ଋଷ ସହିତ ସମ୍ପର୍କ ବନ୍ଦ କରୁଛନ୍ତି। ଯେତେବେଳେ ଦୂର ସଞ୍ଚାର ସହିତ ଅନେକ ମାନବୀୟ ବା ସମ୍ବନ୍ଧିତ କ୍ଷେତ୍ରରେ ବା ଆଧାରରେ କିଛି ପ୍ରତିବନ୍ଧକ ପରେ କଟକଣା ଲଗାଗଲା ସେତେବେଳେ ଋଷ ଛାଡ଼ିବା ଏକ ମାତ୍ର ବିକଳ୍ପ ଥିଲା ବୋଲି ନୋକିଆ କହିଛି ।

ସିଇଓ ପେକ୍କୋ ଲୁଣ୍ଡମାର୍କ ଏକ ସାକ୍ଷାତକାରରେ କହିଛନ୍ତି “ବର୍ତ୍ତମାନ ପରିସ୍ଥିତିରେ ଦେଶରେ ବ୍ୟବସାୟ ଚାଲୁ ରଖିବାର କୌଣସି ସମ୍ଭାବନା ନାହିଁ”। ସେ ଆହୁରି କହିଛନ୍ତି ନୋକିଆ ସେଠାରୁ ବ୍ୟବସାୟ କରିବା ବନ୍ଦ କରିବା ପରେ ମଧ୍ୟ ଗ୍ରାହକମାନେ ସମର୍ଥନ କରିବା ଜାରି ରଖିବେ ଓ ଏବେ ୱିଡ୍ରାଲ ପାଇଁ କେତେ ସମୟ ଲାଗିବ ଏହା କହିବା ସମ୍ଭବ ନୁହେଁ। ବର୍ତ୍ତମାନ ଥିବା ପ୍ରତିବନ୍ଧକକୁ ପାଳନ କରି ରିଲିଭାଣ୍ଟ ଲାଇସେନ୍ସ ପାଇଁ ନୋକିଆ ଗ୍ରାହକମାନଙ୍କୁ ସମର୍ଥନ କରିବା ପାଇଁ ଆବେଦନ କରିଛି ବୋଲି ଏକ ବୟାନରେ କୁହାଯାଇଛି |

Related Posts