ପାକିସ୍ତାନବାସୀ ଓ କାଶ୍ମିରୀଙ୍କ ହୃଦୟ ଜିତିବାକୁ ଚେଷ୍ଟା ନକଲେ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଶେଷ ହେବ ନାହିଁ: ଫାରୁକ ଅବଦୁଲ୍ଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜାମ୍ମୁ- କାଶ୍ମୀରରେ ପୁଣିଥରେ ଆତଙ୍କବାଦୀଙ୍କ ଆକ୍ରମଣ ବଢ଼ିବାରେ ଲାଗିଛି । କିଛିଦିନ ପୂର୍ବରୁ ଆତଙ୍କବାଦୀମାନେ ଲଗାତାର କାଶ୍ମୀର ପଣ୍ଡିତମାନଙ୍କୁ ଟାର୍ଗେଟ କରି ଆସୁଥିଲେ । ଏପରିକି ଏହାର ଭୟାଭୟ ଏତିକି ଥିଲା ଯେ ଅନେକ କାଶ୍ମୀର ପଣ୍ଡିତମାନେ ଉପତ୍ୟକା ଛାଡ଼ିବାକୁ ବାଧ୍ୟ ହୋଇଥିଲେ । ବର୍ତ୍ତମାନ କଶ୍ମୀରରେ ପ୍ରତ୍ୟେକ ଦିନ ଆତଙ୍କବାଦୀଙ୍କ ଆକ୍ରମଣର ଖବର ସାମ୍ନାକୁ ଆସିବାରେ ଲାଗିଛି । ଏହା ମଧ୍ୟରେ ଏହି ଆକ୍ରମଣକୁ ବିରୋଧ କରିବା ପରିବର୍ତ୍ତେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି ନ୍ୟାସନାଲ କନଫରେନ୍ସର ଅଧ୍ୟକ୍ଷ ଫାରୁକ୍ ଅବଦୁଲ୍ଲା। ତେବେ ସରକାର କଶ୍ମୀରରେ ଲୋକଙ୍କ ହୃଦୟ ନଜିତିବା ପର୍ୟ୍ୟନ୍ତ ଏବଂ ଏହାର ସମାଧାନ ପାଇଁ ପାକିସ୍ତାନ ସହ କଥାବାର୍ତ୍ତା ନହେବା ପର୍ୟ୍ୟନ୍ତ କଶ୍ମୀରରେ ଆତଙ୍କବାଦ ଶେଷ ହେବ ନାହିଁ।

ମଙ୍ଗଳବାର ସହରରେ ଆତଙ୍କବାଦୀଙ୍କ ଦ୍ୱାରା ଜଣେ ପୁଲିସ ଅଧିକାରୀଙ୍କ ହତ୍ୟାକୁ ନିନ୍ଦା କରି ସେ କହିଛନ୍ତି ଯେ, କଶ୍ମୀର ସମସ୍ୟାର ସମାଧାନ ନହେବା ପର୍ୟ୍ୟନ୍ତ ଲୋକମାନେ ଏମିତି ମରୁଥିବେ। ଆତଙ୍କବାଦୀ କାର୍ୟ୍ୟକଳାପ ଶେଷ ହେବ ନାହିଁ। ବିଜେପି ମନ୍ତ୍ରୀ ତଥା ଅନ୍ୟ ନେତାମାନେ ବିବୃତି ଦେଉଛନ୍ତି ଯେ କଶ୍ମୀରରେ ଆତଙ୍କବାଦ ସମାପ୍ତ ହୋଇଛି। କିନ୍ତୁ ମୁଁ ସେମାନଙ୍କୁ କହିବାକୁ ଚାହେଁ ଯେ ଆପଣ କଶ୍ମୀର ଏବଂ ଆମ ପଡୋଶୀ ଦେଶ ପାକିସ୍ତାନବାସୀଙ୍କ ହୃଦୟ ଜିତିବାକୁ ଚେଷ୍ଟା ନକଲେ ଏହା ଶେଷ ହେବ ନାହିଁ। ତାଙ୍କ ସହ କଥାବାର୍ତ୍ତା କରି ସମାଧାନର ରାସ୍ତା ଖୋଜନ୍ତୁ ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts