ଆତଙ୍କବାଦୀଙ୍କ ପାଖରେ ରହିଛି ଆଣବିକ ଅସ୍ତ୍ର: ଜାତିସଂଘରେ ଭାରତର ଚେତାବନୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆତଙ୍କବାଦୀଙ୍କ ପାଖରେ ଆଣବିକ, ଜୈବିକ ଏବଂ ରାସାୟନିକ ଅସ୍ତ୍ରଶସ୍ତ୍ର ରହିଛି । ସେମାନେ ଏହାକୁ ସାଧାରଣ ନାଗରିକଙ୍କ ଉପରେ ମଧ୍ୟ ବ୍ୟବହାର କରିବାର ଯଥେଷ୍ଟ ଆଶଙ୍କା ରହିଛି । ଏନେଇ ଜାତିସଂଘର ସୁରକ୍ଷା ପରିଷଦର ଏକ ଆଲୋଚନାରେ ଭାରତ ଚେତାବନୀ ଦେଇଛି । ଜାତିସଂଘରେ ଅବସ୍ଥାପିତ ଭାରତୀୟ ଅଧିକାରୀ ଅମରନାଥ ଏପରି ସୂଚନା ଦେଇଛନ୍ତି ।

ଅମରନାଥ କହିଛନ୍ତି ଯେ, ନୂତନ ଜ୍ଞାନକୌଶଳ ବିକାଶ ସିହିତ ଆଣିବିକ , ରାସାୟନିକ ଏବଂ ଜୈବିକ ଅସ୍ତ୍ର ଅଧିକ ମାରାତ୍ମକ ହେବାରେ ଲାଗିଛି । ଆତଙ୍କବାଦୀ ଗୋଷ୍ଠୀର ହାତରେ ଏସବୁ ପଡିବାର ଆଶଙ୍କା ବୃଦ୍ଧି ପାଉଛିି । ଆତଙ୍କବାଦୀ ଗୋଷ୍ଠୀ ସହ କାର୍ୟ୍ୟ କରୁଥିବା କେତେକ ଦେଶର ଅଣସରକାରୀ ବାହିନୀ କ୍ଷେପଣାସ୍ତ୍ର ଏବଂ ମାନବବିହୀନ ବିମାନ ପ୍ରଣାଳୀରେ ଆକ୍ରମଣ କରିବାର ଆଶଙ୍କା ବଢୁଥିବା ସେ କହିଛନ୍ତି । ଏହାର ସମାଧାନ ସମସ୍ତ ଦେଶ ଖୋଜିବା ଏବେ ଜରୁରୀ ହୋଇପଡିଥିବା ସେ କହିଛନ୍ତି ।

Related Posts