ନୂଆଦିଲ୍ଲୀ : ଗିରଫ ହେଲେ ଆମ ଆଦମୀ ପାର୍ଟି (ଆପ) ସରକାରଙ୍କ ପୂର୍ବତନ ଦିଲ୍ଲୀ ସ୍ୱାସ୍ଥ୍ରମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ତାଙ୍କୁ ଗିରଫ କରିଛନ୍ତି। ତାଙ୍କୁ ମନିଲଣ୍ଡ୍ରିଂ ମାମଲାରେ ଗିରଫ କରାଯାଇଛି।
ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱରେ ଦିଲ୍ଲୀର ଆପ ସରକାରରେ ସତ୍ୟେନ୍ଦ୍ର ଜୈନ ବରିଷ୍ଠ ମନ୍ତ୍ରୀ। ତାଙ୍କ ହାତରେ ଦିଲ୍ଲୀ ସରକାରଙ୍କ ଅନେକ ବିଭାଗ ରହିଛି।
ଜୈନଙ୍କ ଗିରଫଦାରୀକୁ ନେଇ ଆପର ପ୍ରଥମ ପ୍ରତିକ୍ରିୟା ମିଳିଛି। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ଶିଷୋଦିଆ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ହିମାଚଳ ପ୍ରଦେଶରେ ଜୈନଙ୍କ ନିର୍ବାଚନ ପ୍ରଚାରରେ ତାଙ୍କୁ ରୋକିବା ଲାଗି ଏପରି କାର୍ଯ୍ୟାନୁଷ୍ଠାନ କରାଯାଇଥିବା କହିଛନ୍ତି। ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରେରିତ ଓ ୮ ବର୍ଷ ପୂର୍ବର ଏକ ମାମଲାରେ ଇଡି ଯେଉଁ କାର୍ଯ୍ୟାନୁଷ୍ଠାନ କରିଛନ୍ତି ତାର କୌଣସି ସତ୍ୟତା ନାହିଁ ଓ ଏହା ସମ୍ପୂର୍ଣ୍ଣ ଜାଲିଆତି ବୋଲି କହିଛନ୍ତି। ଫଦାରୀ ନେଇ ବିସ୍ତୃତ ବିବରଣୀକୁ ଅପେକ୍ଷା କରାଯାଇଛି।
ସେ କହିଛନ୍ତି ଯେ ଜୈନଙ୍କ ବିରୋଧରେ ଗତ ୮ ବର୍ଷ ଧରି ମିଥ୍ୟା ମାମଲା ଜାରି ରହିଛି। ମାମଲାରେ ଇଡି ତାଙ୍କୁ ଅନେକ ବାର ଡକାଇ ପଚରା ଉଚରା ମଧ୍ୟ କରିଥିଲେ। ମଝିରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଇଡି ଫୋନ କରିବା ବନ୍ଦ କରିଦେଇଥିଲେ। କାରଣ ମାମଲାର ତଦନ୍ତରେ ଇଡିଙ୍କୁ କିଛି ମିଳୁନଥିଲା। ଏବେ ମାମଲା ପୁଣି ଖୋଲିଛି, କାରଣ ସତ୍ୟେନ୍ଦ୍ର ଜୈନଙ୍କ ନିର୍ବାଚନ ଅଛି। ତାଙ୍କୁ ହିମାଚଳ ବିଧାନସଭା ନିର୍ବାଚନ ଲାଗି ପ୍ରଭାରୀ ନିଯୁକ୍ତ କରାଯାଇଛି।
