ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦଙ୍କ ପରଲୋକ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ବର: ପୂର୍ବତନ ବିଧାୟକ ନବୀନ ନନ୍ଦଙ୍କ ପୁଅ ସମ୍ବିତ ନନ୍ଦ  ଚିକିତ୍ସିତ ହେଉଥିବା ସମୟରେ   ତାଙ୍କର ଦେହାନ୍ତ ହେଇଛି । ସୁଚନାନୁସାରେ ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ସମ୍ବିତ କଟକରେ ଏକ ଘରୋଇ ହସ୍ପିଟାଲରେ  ଚିକିତ୍ସିତ ଜହେଉଥିଲେ । କିନ୍ତୁ ଆଜି ସେ ଶେଷ ନିଶ୍ୱାସ  ତ୍ୟାଗ କରିଛନ୍ତି ।  ମୃତ୍ୟୁ ବେଳକୁ ତାଙ୍କୁ ୩୮ ବର୍ଷ ହୋଇଥିଲା । ସମ୍ବିତଙ୍କ ମୃତ୍ୟୁର କିଛି ସମୟ ପୁର୍ବରୁ ନିବୀନ  ତାଙ୍କର ଜୀବନ ରକ୍ଷା ପାଇଁ  ଟୁଇଟ ଜରିଆରେ   ନିବେଦନ କରିଥିଲେ । ସେ ଲେଖିଥିଲେ ଯେ,  ପୁଅର ECMO  ଆବଶ୍ୟକ ହେଇଛି । କିନ୍ତୁ ଏହା କେଉଁଠାରେ ଉପଲବ୍ଧ ହେଇପାରୁ ନାହିଁ । ଏହି ପୋଷ୍ଟ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ  ହର୍ଷବର୍ଦ୍ଧନ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିିଶିଷ୍ଟ ବ୍ୟକ୍ତିଙ୍କୁ ଟ୍ୟାଗ କରି ନିବେଦନ କରିଥିଲେ ।

Related Posts