କୁତବ ମୀନାର ପରିସରରେ ଖନନ କରିବାକୁ ଏଏସଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କୁତବ ମୀନାର ପରସରରେ ଖନନ କରିବାକୁ ଏଏସଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ । ସେପଟେ କୁତବ ମୀନାର ପରିସରରେ ଖନନ କାର‌୍ୟ୍ୟ କରିବା ସହିତ ଆଇକନୋଗ୍ରାଫି କରିବାକୁ ଭାରତୀୟ ପ୍ରତ୍ନତତ୍ୱ ସର୍ଭେକ୍ଷଣ ବିଭାଗ(ଇଝଓ)କୁ ନିର୍ଦ୍ଦେଶ ଦେଇଛନ୍ତି ସଂସ୍କୃତି ମନ୍ତ୍ରାଳୟ। ଏକ ଐତିହାସିକ ରିପୋର୍ଟ ଆଧାରରେ କୁତବ ମୀନାର ପରିସରରେ ଖନନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଖନନ ପରେ ନିର୍ଦ୍ଧାରିତ ସମୟ ଅନୁସାରେ ଏଏସ୍‌ଆଇ ତାର ସମସ୍ତ ରିପୋର୍ଟ ସଂସ୍କୃତି ମନ୍ତ୍ରାଳୟକୁ ଦେବାକୁ କୁହାଯାଇଛି। ଏକ ରିପୋର୍ଟକୁ ଆଧାର କରି ଶନିବାର(ମେ ୨୧) ସଂସ୍କୃତି ସଚିବ ଗୋବିନ୍ଦ ମହାନ ଅଧିକାରୀମାନଙ୍କ ସହ ମିଶି କୁତବ ମୀନାର ସ୍ଥଳ ଗସ୍ତ କରିଥିଲେ। ୩ ଜଣ ଐତିହାସିକ, ୪ ଜଣ ଏଏସ୍‌ଆଇଏ ଅଫିସର ଓ ଗବେଷକଙ୍କ ସହ ମିଶି କୁତବ ମୀନାର ପରିସର ଭଲଭାବରେ ନିରୀକ୍ଷଣ କରିବା ପରେ ଏପରି ନିର୍ଦ୍ଦେଶ ଦେଇଛନ୍ତି ସଂସ୍କୃତି ସଚିବ।

ଏଣୁ ମୀନାରର ଦକ୍ଷିଣ ଭାଗରେ ମସ୍‌ଜିଦ୍‌କୁ ୧୫ ମିଟର ଦୂରରେ ଖନନ ଆରମ୍ଭ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ଅନ୍ୟପଟେ କୁତବ ମୀନାର ନିର୍ମାଣକୁ ନେଇ ଏଏସ୍‌ଆଇର ପୂର୍ବତନ ଆଞ୍ଚଳିକ ନିର୍ଦ୍ଦେଶକ ଧରମବୀର ଶର୍ମା ଏକ ନୂଆ ଦାବି କରିଥିଲେ। ମୀନାରକୁ କୁତବଲ ଅଲ୍‌-ଦିନ ଆଇବାକ ନୁହେଁ ବରଂ ବିକ୍ରମାଦିତ୍ୟ ନିର୍ମାଣ କରାଇଥିଲେ ବୋଲି ସେ ଦାବି କରିଥିଲେ। ସୂର‌୍ୟ୍ୟର ଦିଗ ନିର୍ଣ୍ଣୟ ପାଇଁ ଏହାର ନିର୍ମାଣ କରାଯାଇଥିଲା ବୋଲି ସେ କହିଥିଲେ। କେବଳ ଶ୍ରୀ ଶର୍ମା ନୁହଁନ୍ତି ବିଶ୍ୱହିନ୍ଦୁ ପରିଷଦ ପ୍ରବକ୍ତା ବିନୋଦ ବନସଲ ମଧ୍ୟ କୁତମବ ମୀନାରକୁ ବିଷ୍ଣୁ ସ୍ତମ୍ବ ବୋଲି କହିଥିଲେ। ୨୭ ହିନ୍ଦୁ-ଜୈନ ମନ୍ଦିର ଭାଙ୍ଗି ସେଥିରୁ ସାମଗ୍ରୀ ଆଣି କୁତବ ମୀନାର ନିର୍ମାଣ କରାଯାଇଥିଲା ବୋଲି ସେ ଦାବି କରିଥିଲେ।

Related Posts