ଲୁଧିଆନା ବିସ୍ଫୋରଣ ମାମଲା; ମୁଖ୍ୟ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଲୁଧିଆନା ବିସ୍ଫୋରଣ ମାମଲାକୁ ନେଇ ସାରା ଦେଶରେ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । କାହିଁକିନା ପଞ୍ଜାବ ପୁଲିସର ସ୍ପେଶାଲ ଟାସ୍କ ଫୋର୍ସ ଓ ଏନ୍ଆଇଏକୁ ବଡ଼ ସଫଳତା ମିଳିଛି। ଲୁଧିଆନା ବୋମା ବିସ୍ଫୋରଣା ମାମଲାର ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ହେଲେ ଅଭିଯୁକ୍ତର ପରିଚୟ ବର୍ତ୍ତମାନ ଗୋପନ ରଖାଯାଇଛି।ଏନେଇ ପଞ୍ଜାବ ପୁଲିସ ଡିଜିପି ଭିକ ଭୱାରା ସୂଚନା ଦେଇ କହିଛନ୍ତି “ଲୁଧିଆନା କୋର୍ଟ ବିସ୍ଫୋରଣ ମାମଲାରେ ପଞ୍ଜାବ ପୁଲିସ ପର୍ଦ୍ଦାଫାସ୍ କରିଛି। ବର୍ଡର ରେଞ୍ଜର ଏସ୍‌ଟିଏଫ୍ ଟିମ୍ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି। ବିସ୍ଫୋରଣରେ ବ୍ୟବହାର ହୋଇଥିବା ଆଇଡିକୁ ଆଇଏସ୍ଆଇ ଦ୍ୱାରା ଡ୍ରୋନ ସାହାଯ୍ୟରେ ପାକିସ୍ତାନରୁ ପଠାଯାଇଥିଲା।” ଡିଜିପି ଆହୁରି କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସି ଏନ୍‌ଆଇଏ(ନ୍ୟାସନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି) ସହ ମିଶି ଅପରେଶନ କରାଯାଇଥିଲା।

ଏହି ମାମଲାରେ ପୂର୍ବରୁ ମେ ୨୦ରେ ଏସ୍‌ଟିଏଫ୍ ୫ ଜଣଙ୍କୁ ଗିରଫ କରିଥିଲା। ମାମଲାରେ ଜଣେ ନାବାଳକକୁ ମଧ୍ୟ ଗିରଫ କରାଯାଇଥିଲା ବୋଲି ଡିଜିପି କହିଛନ୍ତି। ସେପଟେ ସୁରୁମୁଖ ସିଂହ, ହରପ୍ରୀତ ସିଂହ, ଦିଲବାଗ ସିଂହ ଓ ତାର ସହଯୋଗୀ ବାଗୋ ଏବଂ ସଭିନ୍ଦର ସିଂହ ଓ ସହଯୋଗୀ ଭୋଲା। ତା ସହିତ କେବଳ ଜଣେ ନାବାଳକକୁ ମଧ୍ୟ ଗିରଫ କରାଯାଇଛି। ବିଦେଶରେ ରହି ଫୋନ୍ କଲ ସାହାଯ୍ୟରେ ଖଲିସ୍ତାନ ଗ୍ରୁପ ନାବାଳକକୁ ଟ୍ରେନିଂ ଦେଉଥିଲେ ବୋଲି ତଦନ୍ତରେ ଜଣାପଡ଼ିଛି। ଅନ୍ୟପଟେ ଗତବର୍ଷ ଡିସେମ୍ବର ୨୩ ତାରିଖରେ ଲୁଧିଆନ କୋର୍ଟ ପରିସରରେ ଏକ ବିସ୍ଫୋରଣ ହୋଇଥିଲା। ଘଟଣାରେ ଏନ୍‌ଆଇଏ ଜର୍ମାନୀର ଖଲିସ୍ତାନୀ ଆତଙ୍କବାଦୀ ଜଶୱିନ୍ଦର ସିଂହ ମୁଲତାନୀ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

Related Posts