ଡିଭାଇଡରରେ ପିଟି ହେଲା ବାଇକ: ଚାଲିଗଲା ୨ ଜୀବନ

ବାଲେଶ୍ୱର: ବାଲେଶ୍ୱର ଉପକଣ୍ଠ ବାଲିଆ ଅଞ୍ଚଳରେ ଗତକାଲି ଘଟିଛି ଏକ ମର୍ମଦୁନ୍ତ ଦୁର୍ଘଟଣା | ଡିଭାଇଡରରେ ବାଇକ୍‌ ପିଟି ହେବା ଫଳରେ ଚାଲିଯାଇଛି ୨ଜଣଙ୍କ ଜୀବନ | ଏଥିସହ ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଅଛନ୍ତି |

ସୂଚାନଯୋଗ୍ୟ, ଗତକାଲି ଘଟିଛି ଏହି ଦୁର୍ଘଟଣା | ଗୋଟିଏ ବାଇକ୍‌ରେ ତିନି ଯୁବକ ରେମୁଣା ଗୋଲେଇ ଛକ ଅତିକ୍ରମ କରୁଥିବା ବେଳେ ଭୀମପୁରା ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ସେଠାରେ ଥିବା ଏକ ଡିଭାଇଡରରେ ବାଇକ୍‌ଟି ପିଟି ହୋଇଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା।

ସ୍ଥାନୀୟ ଲୋକେ ସମସ୍ତ ୩ ବାଇକ୍ ଆରୋହୀଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ପରେଶ ଏବଂ ଭାଲୁ ନାମକ ଦୁଇ ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ଗୁରୁତରଙ୍କ ଚିକିତ୍ସା ଚାଲିଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିଯୋଗୁ କିଛି ସମୟ ପାଇଁ ଯାନାବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ପରେ ତାହା ସ୍ୱାଭାବିକ ହୋଇଥିବା ଜଣାଯାଇଛି|

Related Posts