ଦିଲ୍ଲୀର ଜାହାଙ୍ଗିରପୁରୀରେ ବିଜେପି ହିଁ ଦଙ୍ଗା କରାଇଛି; କାହିଁକିନା ମୁଖ୍ୟ ଅଭିଯୁକ୍ତ ଆସାଂର ହେଉଛନ୍ତି ବିଜେପି ନେତା: ଆପ ବିଧାୟକ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀର ଜାହାଙ୍ଗିରପୁରୀରେ ହିଂସାକାଣ୍ଡକୁ ନେଇ ସାରା ଦେଶର ରାଜନୀତି ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ହିଂସାକାଣ୍ଡକୁ ନେଇ ବଡ଼ ବୟାନ ଦେଇଛନ୍ତି ଆପ ବିଧାୟକ ଆତିଶି । ତେବେ ଜହାଁଗିରପୁରୀର ମୁଖ୍ୟ ଅଭିଯୁକ୍ତ ଅଂସାର ବିଜେପିର ନେତା। ବିଜେପି ହିଁ ଦଙ୍ଗା କରାଇଛି ବୋଲି ବିସ୍ଫୋରକ ଦାବି କରିଛନ୍ତି ଆତିଶି। ସେ ଟୁଇଟ୍ କରିଛନ୍ତି ଯେ, ଜହାଁଗିରପୁରୀ ଦଙ୍ଗାର ମୁଖ୍ୟ ଅଭିଯୁକ୍ତ ଅଂସାର ହେଉଛନ୍ତି ବିଜେପିର ନେତା। ସେ ବିଜେପିର ପ୍ରାର୍ଥୀ ସଙ୍ଗୀତା ବଜାଜଙ୍କୁ ନିର୍ବାଚନ ଲଢାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ବିଜେପିର ଜଣେ ସକ୍ରିୟ କାର୍ୟ୍ୟକର୍ତ୍ତା। ଏଥିରୁ ସ୍ପଷ୍ଟ ଯେ, ବିଜେପି ହିଁ ଏହି ଦଙ୍ଗା କରାଇଛି। ଆତିଶି ନିଜର ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ କିଛି ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ଏହି ଫଟୋଗୁଡିକରେ ଜହାଁଗିରପୁରୀ ହିଂସାର ମୁଖ୍ୟ ଅଭିଯୁକ୍ତ ଅଂସାରଙ୍କୁ ବିଜେପି ନେତାଙ୍କ ସହିତ ମଞ୍ଚରେ ଦେଖିବାକୁ ମିଳିଛି। ଏହା ପୂର୍ବରୁ ଆତିଶି ଜହାଁଗିରପୁରୀରେ ଘଟିଥିବା ହିଂସା ପାଇଁ ବିଜେପିକୁ ଦାୟୀ କରିଥିଲେ। ଆପ୍ ବିଧାୟକ ଆତିଶି କହିଛନ୍ତି, ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଆଦେଶ ଗୁପ୍ତା ଦୁଇ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଘର ଉପରେ ଆକ୍ରମଣ କରିଥିବା ଲୋକଙ୍କୁ ସମ୍ମାନିତ କରିଥିଲେ।

ଏଥିରୁ ସମଗ୍ର ଦେଶରେ ସନ୍ଦେଶ ଯାଇଛି ଯେ, ବିଜେପି ଗୁଣ୍ଡା ଏବଂ ଲଫଙ୍ଗାଙ୍କ ଦଳ। ଜହାଁଗିରପୁରୀ ଘଟଣାର ଯାଞ୍ଚ ହେଲେ ଜଣା ପଡିବ ଯେ, ଦଙ୍ଗା ପଛରେ ବିଜେପିର ହିଁ ଲୋକ ଅଛନ୍ତି । ଆତିଶି ଏହା ମଧ୍ୟ ଦାବି କରିଛନ୍ତି ଯେ, ବିଜେପି ହିଁ ଦଙ୍ଗା କରାଉଛି। ଗତକାଲି ଆମର ନେତାମାନେ ମଧ୍ୟ ଶୋଭାଯାତ୍ରା ବାହାର କରିଥିଲେ। ମାହୋଲ ପୂରା ଶାନ୍ତିପୂର୍ଣ୍ଣ ରହିଥିଲା। ମୁଖ୍ୟମନ୍ତ୍ରୀ ଖୋଦ୍ ସୁନ୍ଦରକାଣ୍ଡର ଆୟୋଜନରେ ସାମିଲ୍ ହୋଇଥିଲେ। ଏଥିରେ କୌଣସି ସମସ୍ୟା ହୋଇନଥିଲା। ମାତ୍ର ବିଜେପି ଯେତେବେଳେ ଶୋଭାଯାତ୍ରା ଆୟୋଜନ କରୁଛି, ତେବେ ଦଙ୍ଗା ହେଉଛି ବୋଲି କହିଛନ୍ତି ।

Related Posts