ଲୋକସଭାରେ କେବଳ ଦୁଇଟି ସିଟରୁ ଆଜି ୩୦୧ ସିଟକୁ ଦଖଲ କରିଛି ବିଜେପି; ଜାଣନ୍ତୁ ଏହି ସୂର୍ଯ୍ୟୋଦୟ କିପରି ହେଲା…

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦେଶରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ଆଜି ଏହାର ୪୨ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଏହି ଅବସରରେ ପାର୍ଟି ସାରା ଦେଶରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି। ସବୁ ସ୍ଥାନରେ ରାଲି ଏବଂ ସଭା ହେବାକୁ ଯାଉଛି । ଜାତୀୟ କାର୍ଯାଳୟ ଠାରୁ ଆରମ୍ଭ କରି ବ୍ଲକ ସ୍ତର ପର୍ଯ୍ୟନ୍ତ ସକାଳ ୧୦ ଟାରେ ସବୁ ସ୍ଥାନରେ ପତାକା ଉତ୍ତୋଳନ କରାଯାଇଥିଲା । ସମସ୍ତ ସାଂସଦ ଏବଂ ପ୍ରତିନିଧୀମାନେ ନାରଙ୍ଗୀ କ୍ୟାପ୍ ପିନ୍ଧି କାର୍ଯ୍ୟକ୍ରମରେ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦନଦୟାଲ ଉପାଧ୍ୟାୟ ଏବଂ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ପ୍ରତିମୂର୍ତ୍ତି ଉପରେ ପୁଷ୍ପାର୍ପଣ କରାଯାଇଥିଲା । ସେପଟେ ବାଧ୍ୟତାମୂଳକ ଭାବେ ସମସ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ଦଳର ନେତା ଓ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରଧାନମନ୍ତ୍ରୀ ମୋଦୀ ସକାଳ ୧୦ ଟାରେ ପତାକା ଉତ୍ତୋଳନ କରିବା ପରେ ବିଜେପି କର୍ମୀ, ମନ୍ତ୍ରୀ, ସାଂସଦ ଏବଂ ବିଧାୟକମାନଙ୍କୁ ସମ୍ବୋଧିତ କରିଛନ୍ତି । ଦଳର ସାଧାରଣ ସମ୍ପାଦକ ଅରୁଣ ସିଂଙ୍କ ଅନୁଯାୟୀ, ଏପ୍ରିଲ ୭ ରୁ ୨୦ ଏପ୍ରିଲ ପର୍ଯ୍ୟନ୍ତ ସାରା ଦେଶରେ ସାମାଜିକ ନ୍ୟାୟ ପ୍ରସଙ୍ଗରେ ବିଜେପି କାର୍ଯ୍ୟକ୍ରମ ଆୟୋଜନ କରିବ। ଦଳର ପ୍ରତିଷ୍ଠା ଦିବସର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦଳର ସାଂସଦମାନଙ୍କୁ ସେବା ତଥା ଉତ୍ସର୍ଗୀକୃତ ମନୋଭାବ ସହ କାର୍ଯ୍ୟ କରିବାକୁ ଏବଂ କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ତଥା ଉଚ୍ଚାଭିଳାଷୀ ଯୋଜନାର ପ୍ରଚାର ପ୍ରସାର କରିବାକୁ ଅନୁରୋଧ କରିଛନ୍ତି। ଆମ୍ବେଦକର ଅନ୍ତର୍ଜାତୀୟ କେନ୍ଦ୍ରରେ ଆୟୋଜିତ ବିଜେପି ସଂସଦୀୟ ଦଳର ଏକ ବୈଠଳରେ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ଅନ୍ୟପଟେ ଭାରତୀୟ ଜନତା ପାର୍ଟି ୬ ଏପ୍ରିଲ ୧୯୮୦ ରେ ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀଙ୍କ ଦ୍ୱାରା ନୂଆଦିଲ୍ଲୀରେ ପ୍ରତିଷ୍ଠିତ ହୋଇଥିଲା।

ଏହାପୂର୍ବରୁ ଏହି ନେତାମାନେ ଭାରତୀୟ ଜନତା ଏବଂ ପରେ ଜନତା ପାର୍ଟିରେ ଥିଲେ। ୧୯୮୦ ଲୋକସଭା ନିର୍ବାଚନରେ ଦଳ କେବଳ ଦୁଇଟି ଆସନରେ ସଫଳତା ହାସଲ କରିଥିଲା ହେଲେ ଆଜି ଏହା ୩୦୧ ସାଂସଦଙ୍କ ସହ ଦେଶର କେନ୍ଦ୍ରୀୟ ଶକ୍ତିରେ ବସିଥିବା ସର୍ବ ବୃହତ ଦଳ ହୋଇପାରିଛି। ପ୍ରତିନିଧିତ୍ୱ ଏବଂ ସଂସଦରେ ସଦସ୍ୟତା ଦୃଷ୍ଟିରୁ ଭାରତୀୟ ଜନତା ପାର୍ଟି ଦେଶର ସବୁଠାରୁ ବଡ ରାଜନୈତିକ ଦଳ। ୧୯୮୦ ଦଶକ ଆରମ୍ଭରୁ ବିଜେପି ଏକ ଦୀର୍ଘ ରାସ୍ତା ଅତିକ୍ରମ କରିଛି। ଅନେକ ବାଧାବିଘ୍ନ ଏବଂ ବିଫଳତାକୁ ଦୂର କରି ଦଳ ଭାରତୀୟ ରାଜନୈତିକ ଦୃଶ୍ୟପଟ୍ଟରେ ଏକ ଦୃଢ଼ ସ୍ଥାନ ସୃଷ୍ଟି କରିଛି । ଏବଂ ଦୀର୍ଘ ଦିନ ଧରି ଭାରତର ଜାତୀୟ ତଥା ଆନ୍ତର୍ଜାତୀୟ ନୀତିକୁ ଚଳାଇଥିବା ଆଦର୍ଶଗତ ବୈଚାରିକ ଢ଼ାଞ୍ଚାକୁ ଖଣ୍ଡନ କରିଛି। ଏପ୍ରିଲ୍ ୬, ୧୯୮୦ ରେ ବିଜେପି ଗଠନ ହୋଇଥାଇପାରେ, କିନ୍ତୁ ଏହାର ଆଦର୍ଶଗତ ଉତ୍ପତ୍ତି ୧୯୫୧ ମସିହାରୁ ଆରମ୍ଭ ହୋଇଥିଲା। ଯେତେବେଳେ କଂଗ୍ରେସ ରାଜନେତା ଶ୍ୟାମା ପ୍ରସାଦ ମୁଖର୍ଜୀ ନେହେରୁଙ୍କ ନେତୃତ୍ୱରୁ ଦୂରେଇ ଯାଇଥିଲେ ।

ଏବଂ ଭାରତୀୟ ଜନସଂଘ କଠନ କରିଥିଲେ । କଂଗ୍ରେସ ଦଳର ରାଜନୈତିକ ପ୍ରଥାକୁ ବିରୋଧ କରିବା ପାଇଁ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଗଠନର ମିଳିତ ସହଯୋଗରେ ଏହି ଦଳ ଗଠନ କରାଯାଇଥିଲା। ହିନ୍ଦୁ ପରିଚୟ ଏବଂ ସଂସ୍କୃତିର ସଂରକ୍ଷଣ ହେଉଛି ବିଜେପିର ଆଦେଶ। ଏହା ଏକ ସମୟରେ ସ୍ଥାପିତ ହୋଇଥିଲା ଯେତେବେଳେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାୟତ ଭାରତୀୟ ରାଜନୀତିର ଚେହେରା ଥିଲା । ଏବଂ ଭାରତୀୟ ଜନସଂଘ ଏହାର ପ୍ରାରମ୍ଭିକ ବର୍ଷରେ ସଫଳ ହୋଇଥିଲା । ୧୯୫୨ ର ସାଧାରଣ ନିର୍ବାଚନରେ ବିଜେଏସ କେବଳ ୩ ଟି ଲୋକସଭା ଆସନ ଜିତିଥିଲା । ଆଉ ବର୍ତ୍ତମାନ ଦଳ ଦେଶର ସର୍ବବୃହତ ଦଳ ଭାବରେ ଉପା ହୋଇ ଛିଡ଼ା ହୋଇଛି । ଲୋକସଭା ନିର୍ବାଚନରେ କେବଳ ଦୁଇଟି ଆସନ ଜିତି ବିିରୋଧୀଙ୍କ ଠାରୁ ଅନେକ କଟାକ୍ଷ ହେଉ କିମ୍ବା ସମାଲୋଚନାକୁ ସେହି ସମୟରେ ବିଜେପି ଧର୍ଯ୍ୟର ସହ ସହିଥିଲା । ହେଲେ ବର୍ତ୍ତମାନ ସେହି ବିଜେପି ଦଳ ଦେଶର ମୁଖ୍ୟ ବିରୋଧୀ କଂଗ୍ରେସକୁ ବାରମ୍ବାର ମାତ ଦେବାରେ ଲାଗିଛି ।

Related Posts