EC ଙ୍କ ନିଷେଧାଦେଶ ସତ୍ତ୍ୱେ ମେ ୨ରେ ଭର୍ଚୁଆଲ୍ ବିଜୟ ଶୋଭାଯାତ୍ରା କରିବ ବିଜେପି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର :ଆସନ୍ତା ମେ ୨ ତାରିଖ ଦିନ ପଶ୍ଚିମବଙ୍ଗ ନିର୍ବାଚନର ଫଳାଫଳ ଆସିବାକୁ ଥିବା ବେଳେ ନିର୍ବାଚନ ଆୟୋଗ ବିଜୟ ପାଳନ ଉପରେ ବିଭିନ୍ନ ପ୍ରତିବନ୍ଧକ ଲଗାଇ ଛନ୍ତି। କରୋନା ଗାଇଡ଼ ଲାଇନ କୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟି ସମସ୍ତ ନିୟମ ମାନି ଏହି ଦିନକୁ ପାଳନ କରିବ ଵୋଲି କହିଛି। ANI କୁ ସୂଚନା ଦେଇ ବିଜେପି ସାଧାରଣ ସମ୍ପାଦକ ତରୁଣ ଚୁଗ କହିଛନ୍ତି “ଏହା ନିଶ୍ଚିତ ଯେ ଆମେ ପଶ୍ଚିମବଙ୍ଗ ନିର୍ବାଚନ ଜିତିବୁ। ଏକ ଦାୟିତ୍ୱବାନ ଦଳ ଭାବରେ ଆମେ ଜିତିବା ଉତ୍ସବ ପାଳନ କରିବୁ କିନ୍ତୁ ଏହା ନିର୍ବାଚନ ଆୟୋଗଙ୍କ ଗାଇଡଲାଇନ ଅନୁଯାୟୀ ହେବ। ଆମେ ସବୁବେଳେ କୋଭିଡ ଗାଇଡ଼ ଲାଇନି କୁ ଅନୁସରଣ କରିଛୁ। ପାଞ୍ଚଟି ରାଜ୍ୟରେ ନିର୍ବାଚନ ଫଳାଫଳ ବାହାରିବା ସମୟରେ କୋଭିଡ-19 ପ୍ରୋଟୋକଲ୍ ମାନିବା ସହ ଆମର କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ବିଜୟ ଉତ୍ସବ ପାଳନ କରିବୁ”। କୋଭିଡ -19 ପାଇଁ ଭୋଟ୍ ଗଣିତି ପରେ କୖଣସି ପ୍ରକାର ବିଜୟ ଉତ୍ସବ ପାଳନ କରିବା ପାଇଁ ନିର୍ବାଚନ ଆୟୋଗ ବିଭିନ୍ନ ପ୍ରକାର କଟକଣା ଲଗାଇଛନ୍ତି । ଆଜି ଏହାକୁ (ବିଜେପି) ରାଷ୍ଟ୍ରୀୟ ଅଦକ୍ଷ ଜେପି ନାଡା ସ୍ୱାଗତ କରିଛନ୍ତି। ଜେପି ନାଡା ଟୁଇଟରେ କହିଛନ୍ତି ସମସ୍ତ ବିଜେପି କର୍ମୀ ନିଜର ଶକ୍ତି ବ୍ୟବହାର କରି ଏହି ସଙ୍କଟ ସମୟରେ ସମସ୍ତେ ସାହାଯ୍ୟ କରିଛନ୍ତି। ନିର୍ବାଚନ ଉପରେ ଲାଗିଥିବା ସମସ୍ତ କଟକଣା ଓ ଜିତିବା ଖୁସି ମନାଇବା ଉପରେ ନିଷେଧାଦେଶ କୁ ମୁଁ ସ୍ବାଗତ ଜଣାଉଛି। ଏହି ନିଷ୍ପତ୍ତିକୁ କଡାକଡି ପାଳନ କରିବାକୁ ବିଜେପିର ସମସ୍ତ ରାଜ୍ୟ ୟୁନିଟ ଓ କାର୍ଯ୍ୟକତାଙ୍କୁ ନିର୍ଦ୍ଦେଶ ଦେଇଛି ଵୋଲି କହିଛନ୍ତି। କୋଭିଡ -19 ମାମଲାର ବୃଦ୍ଧି ହେତୁ ନିର୍ବାଚନ ଆୟୋଗ ମେ ୨ କିମ୍ବା ତା’ପରେ ସମସ୍ତ ବିଜୟ ଶୋଭାଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ମେ ୨ ରେ ୫ ଟି ରାଜ୍ୟ ପାଇଁ ଭୋଟ୍ ଗଣତି ହେବ ଯଥା ପଶ୍ଚିମବଙ୍ଗ, କେରଳ, ତାମିଲନାଡୁ, ଆସାମ ଏବଂ ପୁଡୁଚେରୀ ।

Related Posts