ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଲ ମଝିରୁ ଅଚିହ୍ନା ଯୁବକଙ୍କ ମୃତ ଦେହ ଉଦ୍ଧାର

ନୀଳଗିରି : ଯୁବକଙ୍କୁ ଅତି ବିଭତ୍ସ ଭାବେ ହତ୍ୟା । ରକ୍ତ ଝୁଡୁବୁଡୁ ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଚି । ସେପୁଣୀ ବିଲ ମଝିରୁ ।ବାଲେଶ୍ୱର ଜିଲ୍ଲା ନୀଳଗିରି ପଞ୍ଚୁଲିଙ୍ଗେଶ୍ୱର ରାସ୍ତା କଡମ୍ବସାହି ନିକଟରେ ଥିବା ଏକ ବିଲରୁ ଠାବ ହୋଇଛି ମୃତଦେହ । ତେବେ ମୃତକ କିଏ ସେନେଇ କିଛି ତଥ୍ୟ ମିଳିପାରିନାହିଁ।

ଖବର ଅନୁଯାୟୀ, ଶନିବାର ଦିନ ସକାଳ ସମୟରେ ରାସ୍ତାକଡ଼ରେ ଥିବା ଏକ ବିଲରେ ଜଣେ ଯୁବକଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ବିଲରେ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକଙ୍କ ଭିଡ ଜମିଥିଲା । ତେବେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଅତି ଅମାନୁସିକ ଭାବେ ହତ୍ୟା କରାଯାଇଥିବା ପାରିପାଶ୍ୱିକ ସ୍ଥିତିରୁ ଜଣାପଡିଛି । ଏବେ ଯାଏଁ ଯୁବକଙ୍କ ପରିଚୟ ମିଳିନାହିଁ ।

ସେପଟେ ଯୁବକଙ୍କୁ କିଏ ହତ୍ୟା କରିଛି ? ଆଉ କାହିଁକି ହତ୍ୟା କରିଛି ? ତାହାର ପୋଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କଲେ ହିଁ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା କରିଛନ୍ତି । ପୁଲିସ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

Related Posts