ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣା: ନ୍ୟାୟ ପାଇବା ଲାଗି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ବାପା ମା

ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ଘଟଣାକୁ ନେଇ ଏଯାବତ୍ ଏହି ଘଟଣା ଉପରୁ ପରଦା ଉଠି ନାହିଁ। ଅଭିଯୁକ୍ତ ମାନଙ୍କୁ ଧରିବା ହେଉ ଅବା ମୃତ୍ୟୁ ର କାରଣ ଉପରୁ ପରଦା ଉଠାଇବା ନେଇ ସବୁ ଥିରେ ବିଫଳ ରହିଛି ପୋଲିସ । ତେବେ ଏହାରି ମଧ୍ୟରେ ଝିଅ କୁ ନ୍ୟାୟ ଦେବା ନେଇ ବାପା-ମାଆ ଦୁହେଁ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ଏକ ଚିଠି ଲେଖିଛନ୍ତି । ଯେଉଁଥିରେ ସେମାନେ ତାଙ୍କ ଝିଅଙ୍କ ମୃତ୍ୟୁ ବିଷୟରେ ମିଥ୍ୟା ଖବର ଗୁଜବ କରିବା ସହ ପରିବାରକୁ ବଦନାମ କରିବା ଆରୋପରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେ ଓ ତାଙ୍କ ପୁଅ ତଥା ବିଧାୟକ ନୀତେଶ ଏବଂ ଅନ୍ୟମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ଦିଶାଙ୍କ ପିତା ସତୀଶ ସାଲିଆନ ଏବଂ ମାତା ବସନ୍ତି କହିଛନ୍ତି ଯେ ଯଦି ସେମାନେ ନ୍ୟାୟ ନ ପାଆନ୍ତି ତେବେ ଆତ୍ମହତ୍ୟା କରିବା ଛଡା ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ। ବୁଧବାର ସତୀଶ ଏବଂ ବସନ୍ତୀ ସାଲିଆନ୍ ରାଷ୍ଟ୍ରପତିଙ୍କୁ ଏକ ଚିଠି ଲେଖି ତାଙ୍କୁ ବିଜେପି ନେତା ରାଣେ ଏବଂ ତାଙ୍କ ପୁଅର ନିର୍ଯ୍ୟାତନାକୁ ବନ୍ଦ କରିବାକୁ ଅନୁରୋଧ କରିଛନ୍ତି। ଦିଶାଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେବା ଏବଂ ମିଥ୍ୟା ତଥ୍ୟ ପ୍ରଚାର କରିବା ଅଭିଯୋଗରେ ରାଣେ ଏବଂ ତାଙ୍କ ପୁଅ ନୀତେଶଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।

ତାଙ୍କ ଝିଅର ମୃତ୍ୟୁ ପରେ ସୋସିଆଲ ମିଡିଆରେ ଆକ୍ଟିଭ୍‌ ଥିବା କିଛି ଲୋକ ଏହି ଘଟଣାକୁ ରାଜପୁତଙ୍କ ମୃତ୍ୟୁ ସହ ଯୋଡିବା ଆରମ୍ଭ କରିଥିଲେ । ଯେକୌଣସି ନ୍ୟୁଜ ଚ୍ୟାନେଲ ଏବଂ ସୋସିଆଲ ମିଡିଆ କାଳ୍ପନିକ ଏବଂ ବାସ୍ତବରେ ଭୁଲ ସୂଚନା ପ୍ରଚାର କରିବାରେ ଲାଗିଥିଲା। ଏହା ସହ ଚିଠିରେ କୁହାଯାଇଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏବଂ ତାଙ୍କ ପୁଅ ଆଦିତ୍ୟଙ୍କ ସହ ବ୍ୟକ୍ତିଗତ ପ୍ରତିଦ୍ୱନ୍ଦ୍ୱିତା ହେତୁ ନାରାୟଣ ରାଣେ ଏବଂ ନୀତୀଶ ରାଣେଙ୍କ ପରି କିଛି ନେତା ଏଥିରେ ହସ୍ତକ୍ଷେପ କରିଛନ୍ତି । ଏହା ସହ ଆମକୁ ରାଜନୈତିକ କ୍ଷେତ୍ରରେ ଟାଣି ନେଇ ଆମ ଜୀବନକୁ ଦୁଃଖଦାୟକ କଲେଣି । ତେଣୁ ଏହି ଘଟଣାର ସଠିକ୍ ତଦନ୍ତ କରାଯାଇ ଅଭିଯୁକ୍ତ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି କରିଛନ୍ତି।

Related Posts