ଟଙ୍କା ମାଗିବାରୁ ଦଲାଲ କାଟିଦେଲା ପାଦ ଓ ପାପୁଲି

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଡବା ଥାନା ଦାମଦୁଆ ପଞ୍ଚାୟତ ନିକଟସ୍ଥ କୋଲବା ଗ୍ରାମରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି | ଟଙ୍କା ମାଗିବାରୁ ଦଲାଲ ଜଣେ ଯୁବକଙ୍କ ପାଦ ଓ ପାପୁଲି କାଟି ଦେଇଛନ୍ତି | ଏହି ଗ୍ରାମର ସାଙ୍କ ମୁର୍ମୁ(୪୫) ଗତ ସେପ୍ଟେମ୍ବର ୧୩ ତାରିଖରେ ହରଭାଙ୍ଗି ଅଂଚଳର ଆଦର ବର୍ଦ୍ଧନ ନାମକ ଜଣେ ଯୁବକ ସାଙ୍କଙ୍କ ସହ ଆଉ ୫ ଜଣକୁ ଦାଦନ ଖଟେଇବା ପାଇଁ ଉତ୍ତରପ୍ରଦେଶ ନେଇଥିଲେ | ସେଠାରେ ଦିନ ମଜୁରିଆ ଭାବେ ୨ ଦିନ କାମ କରିବା ପରେ ଦରମା ପାଇ ମଦ ପିଇଥିଲେ | ନିଶା ହୋଇଯିବାରୁ ଠିକାଦାର ସହ ତାଙ୍କର ବଚସା ହୋଇଥିଲା | ଏହାପରେ ତାଙ୍କୁ ନିଶା ହୋଇ ଯାଇଥିଲା |

ତାଙ୍କର ହୋସ ଆସିବା ପରେ ଦେଖିବା ବେଳକୁ ତାଙ୍କର ହାତ ପାପୁଲି ଏବଂ ଗୋଡ ପାଦ ନାହିଁ | ଏହା ସହ ମାଡ଼ ମରା ଯାଇଥିବା ଚିହ୍ନ ଦେଖିବାକୁ ମିଳିଛି | ଏନେଇ ଯଦି ଥାନାରେ ଅଭିଯୋଗ କରିବ ତାହାହେଲେ ଅସୁବିଧା ହେବ ବୋଲି ଧମକ ଦେଇଥିବା କହିଛନ୍ତି ପରିବାର ଲୋକେ | ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ | ସରକାର ଚିକିତ୍ସା ପାଇଁ ସାହାଯ୍ୟ କରିବା ସହ ଦୋଷୀଙ୍କ ବିରୋଧ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେ ନିବେଦନ କରିଛନ୍ତି ।

Related Posts