ବଦଳିବ ଦେଶର ୨୦୦ ରେଲଓ୍ଵେ ଷ୍ଟେସନର କାୟାକଳ୍ପ,ମିଳିବ ଆଧୁନିକ ସୁବିଧା ସୁଯୋଗ: ଅଶ୍ଵିନୀ ବୈଷ୍ଣବ

ନୂଆଦିଲ୍ଲୀ: ଦେଶର ୨୦୦ ରେଲଓ୍ଵେ ଷ୍ଟେସନର କାୟାକଳ୍ପ ବଦଳିବ। ଆଧୁନୀକରଣ କରାଯିବ । ମହାରାଷ୍ଟ୍ରର ଔରଙ୍ଗାବାଦ ରେଲଓ୍ଵେ ଷ୍ଟେସନରେ ଏକ କୋଚ୍‌ର କାରଖାନର ଶିଳାନ୍ୟାସ୍ ସମାରୋହରେ ଏହା କହିଛନ୍ତି ରେଳ ଅଶ୍ଵିନୀ ବୈଷ୍ଣବ। ଏଥିରୁ ୪୭ ରେଲଓ୍ଵେ ଷ୍ଟେସନ ପାଇଁ ନିଲାମ ପ୍ରକ୍ରିୟା ପୂରା ହୋଇ ସାରିଥିବା ବେଳେ ୩୨ ଷ୍ଟେସନରେ କାମ ଆରମ୍ଭ ହୋଇ ଯାଇଛି।

ରେଳ ମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ୨୦୦ ରେଲଓ୍ଵେ ଷ୍ଟେସନର କାୟାକଳ୍ପ ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଷ୍ଟେସନ ଉପରେ ଓଭରହେଡ୍ ସ୍ପେସ୍ ତିଆରି କରାଯିବ, ଯେଉଁଥିରେ ପିଲାଙ୍କ ମନୋରଞ୍ଜନ ସଂପର୍କିତ ସୁବିଧା ବ୍ୟତୀତ ପ୍ରତୀକ୍ଷାଳୟ ଏବଂ ଫୁଡ୍ କୋର୍ଟ ସହ ଅନେକ ବିଶ୍ଵସ୍ତରୀୟ ସୁବିଧା ଉପଲବ୍ଧ ହେବ। ସାମଗ୍ରିକ ଭାବେ ରେଲଓ୍ଵେ ଷ୍ଟେସନ ଆଞ୍ଚଳିକ ସାମଗ୍ରୀ ବିକ୍ରିର ଏକ ମଞ୍ଚ ଭାବେ କାମ କରିବ ବୋଲି ବୈଷ୍ଣବ କହିଛନ୍ତି।

ରେଳ ମନ୍ତ୍ରୀ ବନ୍ଦେ ଭାତ ଟ୍ରେନର ନିର୍ମାଣରେ ମହାରାଷ୍ଟ୍ରର ମରାଠଓ୍ଵାଡା କ୍ଷେତ୍ରର ଯୋଗଦାନ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ଭବିଷ୍ୟତରେ ଦେଶରେ ୪୦୦ ବନ୍ଦେ ଭାରତ ଟ୍ରେନ ଚଳାଚଳ କରିବ। ଏଥିରୁ ୧୦୦ ଟ୍ରେନର ନିର୍ମାଣ ମରାଠଓ୍ଵାଡାର ଲାତୁର ସ୍ଥିତ ଏକ କୋଚ୍ ଫ୍ୟାକ୍ଟ୍ରିରେ କରାଯିବ। ତେଣୁ ଏହା ପୂର୍ବରୁ କାରଖାନାରେ ଆବଶ୍ୟକ ପରିବର୍ତ୍ତନ କରାଯାଉଛି। ପ୍ରଧାନମନ୍ତ୍ରୀ ଗତି ଶକ୍ତି ଯୋଜନା ଆଧାରରେ ଦେଶର ସମସ୍ତ ଭାଗକୁ ରାଜପଥ ଦ୍ଵାରା କିମବା ରେଲଓ୍ଵେ ଜରିଆରେ ଯୋଡା ଯିବ। ଏହି ଯୋଜନାରେ ମରାଠଓ୍ଵାଡା ଅଞ୍ଚଳର କିଛି ଭାଗକୁ ବି ଯୋଡାଯିବ ବୋଲି ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି ।

Related Posts