
ନୂଆଦିଲ୍ଲୀ: ପୂରା ଦେଶରେ ସବୁ କ୍ଷେତ୍ରରେ ଏବେ ଦୁର୍ନୀତି । ପୁଲିସ ବିଭାଗ ଠାରୁ ଆରମ୍ଭ କରି ସିବିଆଇ ସବୁ ବିଭାଗରେ ଅଫିସର ଭ୍ରଷ୍ଟ ହେଲେଣି। ଅଧିକ ଲୋଭ ଅଫିସର ମାନଙ୍କୁ ଦୁର୍ନୀତି ଆଡ଼କୁ ଟାଣି ନେଉଛି ।
ତେବେ ଏବେ ସିବିଆଇ ଦୁର୍ନୀତି ଅଭିଯୋଗରେ ନିଜ ଭାବଗରେ ୪ ଅଫିସରଙ୍କୁ ଗିରଫ କରିଛି। ଦୁର୍ନୀତି ଅଭିଯୋଗରେ ଗୁରୁବାର ସିବିଆଇ ନିଜର ୪ ଜଣ ସବ୍-ଇନ୍ସ୍ପେକ୍ଟରଙ୍କୁ ଗିରଫ କରିଛି।
ଗିରଫ ସବ୍-ଇନ୍ସ୍ପେକ୍ଟରମାନେ ଚଣ୍ଡିଗଡ଼ର ଜଣେ ବ୍ୟବସାୟୀଙ୍କୁ ଧମକ ଦେଉଥିବାର ଅଭିଯୋଗ ହୋଇଛି। ବ୍ୟବସାୟୀଙ୍କୁ ଧମକ ଦେଇ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗୁଥିଲେ ନହେଲେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ମିଛ ଅଭିଯୋଗ କରି ଫସାଇବାକୁ ଧମକ ଦେଉଥିଲେ।
ଗିରଫ ୪ ଜଣ- ସୁମିତ ଗୁପ୍ତା, ପ୍ରଦୀପ ରାଣା, ଅଙ୍କୁର କୁମାର ଏବଂ ଆକାଶ ଅହଲୱାତଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ସେମାନଙ୍କୁ ନିଲମ୍ବନ କରାଯାଇଛି।
ଘଟଣା ସମ୍ପର୍କରେ ସମ୍ପୃକ୍ତ ବ୍ୟବସାୟୀ ସିବିଆଇର ଦ୍ୱାରସ୍ଥ ହୋଇ ତାଙ୍କ ଅଭିଯୋଗ ଜଣାଇବା ପରେ ମାମଲା ସାମ୍ନାକୁ ଆସିଥିଲା। ୬ ଜଣ ତାଙ୍କ ଅଫିସ୍କୁ ଆସି ଟଙ୍କା ମାଗିଥିଲେ ନହେଲେ ମିଛ ମାମଲାରେ ଫସେଇ ଦେବାକୁ ଧମକ ଦେଇଥିଲେ ବୋଲି ବ୍ୟବସାୟୀ ମେ ୧୦ ତାରିଖରେ ସିବିଆଇରେ ଅଭିଯୋଗ କରିଥିଲେ। ଏଥିରେ କିଛି ସିବିଆଇ କର୍ମଚାରୀ ବି ସାମିଲ୍ ଥିବା ସେ ଅଭିଯୋଗ କରିଥିଲେ। ଅଭିଯୁକ୍ତମାନେ ବ୍ୟବସାୟୀଙ୍କୁ ଜବରଦସ୍ତି ଏକ କାର୍ରେ ଭର୍ତ୍ତି କରି ୨୫ ଲକ୍ଷ ଟଙ୍କା ମାଗିଥିଲେ ବୋଲି ସିବିଆଇ ପ୍ରବକ୍ତା ଆର୍ସି ଜୋଶୀ ସୂଚନା ଦେଇଛନ୍ତି ।