କେନ୍ଦ୍ର ‘ହିଟଲର, ଷ୍ଟାଲିନ’ ଭଳି ଆଚରଣ କରୁଛି: ମମତା ବାନାର୍ଜୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଜର୍ମାନୀର ଆଡଲଫ୍ ହିଟଲର ଙ୍କ ଶାସନ (୧୯୩୩ ରୁ ୧୯୩୫) ଓ ରୁଷିଆର ଜୋସେପ ଷ୍ଟାଲିନଙ୍କ(୧୯୨୭ ରୁ ୧୯୫୩) ଏକଛତ୍ରବାଦୀ ଶାସନ ସାରା ବିଶ୍ୱରେ ପରିଚିତ। ଭାରତରେ କେନ୍ଦ୍ର ସରକାର ଓ ରାଜ୍ୟସରକାରଙ୍କ ଝଗଡ଼ାରେ ଏମିତି ଶବ୍ଦ ବ୍ୟବହାର ହୋଇଛି। ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଆଲାପାନ୍ ବନ୍ଦୋପାଧ୍ୟାୟଙ୍କ ଉପରେ କେନ୍ଦ୍ର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ କଳହ ବନ୍ଦ ହେଉନାହିଁ। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ମମତା ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଭାରତୀୟ ଜନତା ପାର୍ଟି (ବିଜେପି) ର ପରାଜୟ ହଜମ କରିବାକୁ ଅସମର୍ଥ ଥିବାରୁ ଦେଶର ଫେଡେରାଲ୍ ଗଠନକୁ ହଟାଇବାକୁ ଚେଷ୍ଟା କରୁଛନ୍ତି।”ଜୋ ଡରତେ ହେଁ ୱ ମରତେ ହେଁ “(ଯେଉଁମାନେ ଭୟ କରନ୍ତି ସେମାନଙ୍କ ମୃତ୍ୟୁ ବରଣ କରନ୍ତି ) ବୋଲି ବାନାର୍ଜୀ କହିଛନ୍ତି। “ସେମାନେ ଆଡଲଫ୍ ହିଟଲର ଏବଂ (ଜୋସେଫ) ଷ୍ଟାଲିନଙ୍କ ପରି ଏକଛତ୍ରବାଦୀ ଶାସନ କରୁଛନ୍ତି। ରାଜ୍ୟ ସରକାରଙ୍କ ସହମତି ବିନା କେନ୍ଦ୍ର ଏଥିରେ ଯୋଗଦେବାକୁ ବାଧ୍ୟ କରିପାରିବ ନାହିଁ। ମୁଁ ଯୁଦ୍ଧର ମୁକାବିଲା ପାଇଁ ଭାରତର ସମସ୍ତ ରାଜ୍ୟ ସରକାର, ସମସ୍ତ ବିରୋଧୀଦଳ ନେତା, ଆଇଏଏସ୍, ଆଇପିଏସ୍ ଅଧିକାରୀ, ଏନଜିଓ ମାନଙ୍କୁ ନିବେଦନ କରିବି ବୋଲି ସେ ନ୍ୟୁଜ୍ ଏଜେନ୍ସି ପିଟିଆଇ ପକ୍ଷରୁ କହିଛନ୍ତି।ବାତ୍ୟା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ମୁଖ୍ୟ ଶାସନ ସଚିବ ଅଲପନ ବନ୍ଦୋପାଧ୍ୟାୟ କ୍ଷୟକ୍ଷତି ରିପୋର୍ଟ ଧରାଇ ଦେଇ ଦିଘା ଗସ୍ତରେ ଚାଲି ଯାଇଥିଲେ। ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା। କେନ୍ଦ୍ର ସରକାର ଅଲପନଙ୍କୁ ଦିଲ୍ଲୀ ତଲବ କରିବା ସହ ମେ ୩୧ ତାରିଖ ଦିନ ୧୦ଟା ସୁଦ୍ଧା ହାଜର ହେବାକୁ ଚିଠି ଲେଖି ଥିଲେ। କିନ୍ତୁ ଅଲପନ ଦିଲ୍ଲୀ ଯାଇନଥିଲେ। ଗତକାଲି ମମତା ବାନାର୍ଜୀ ତାଙ୍କ ବଦଳି ଉପରେ ରୋକ ଲଗାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଥିଲେ। ସୂଚନାଯୋଗ୍ୟ, ଅଲପନ ବନ୍ଦୋପାଧ୍ୟାୟଙ୍କ ମୁଖ୍ୟ ସଚିବ ଭାବେ କାର୍ଯ୍ୟକାଳ ଚଳିତ ମାସରେ ସରୁଥିଲା। ହେଲେ କିଛି ଦିନ ପୂର୍ବେ ମମତା ସରକାର ତାଙ୍କ କାର୍ଯ୍ୟକାଳକୁ ତିନି ମାସ ପାଇଁ ବୃଦ୍ଧି କରିଥିଲେ। ଅଲପନ ବନ୍ଦୋପାଧ୍ୟାୟ ମମତାଙ୍କ ନିକଟତର ଭାବେ ପରିଚିତ।ବନ୍ଦୋପାଧ୍ୟାୟ ୧୯୮୭ ବ୍ୟାଚର ଆଇଏଏସ ଅଫିସର। ସେ ହାଓ୍ଵଡା ସମେତ ଅନେକ ଜିଲ୍ଲାରେ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କୁ ଗତ ବର୍ଷ ସେପ୍ଟେମ୍ବରରେ ରାଜୀବ ସିହ୍ନାଙ୍କ ଅବସର ପରେ ମୁଖ୍ୟ ସଚିବ ପଦରେ ନିଯୁକ୍ତ ଦିଆଯାଇଥିଲା।

Related Posts