ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିଶ କଲେ କେନ୍ଦ୍ର ସରକାର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୁଦ୍ଧରେ କ୍ଷମତାର ଅପବ୍ୟବହାର ଏବଂ ଚାକିରି ସମୟରେ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଡିଓପିଟି (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପରିଚାଳିତ) କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସସି)କୁ ସୁପାରିଶ କରିଛନ୍ତି। ସଦ୍ୟତମ ସିଭିସି ରିପୋର୍ଟରେ କୁହାଯାଇଛି ଯେ ବର୍ମା ନିର୍ଦ୍ଦେଶକ ଥିବା ସମୟରେ ସିବିଆଇର କାର୍ଯ୍ୟାଳୟକୁ ମନିପ୍ୟୁଲେଟ୍ କରିବା ପାଇଁ କ୍ଷମତାର ଅପବ୍ୟବହାର କରି ଥିଲେ। ନ୍ୟୁଜ୍ 18 ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଆଧାରରେ ରିପୋର୍ଟ କରିଛି ଯେ ଆଲୋକ ବର୍ମା ଅବସରକାଳୀନ ସୁବିଧା ଏବଂ ପେନସନରୁ ବଞ୍ଚିତ ହୋଇପାରନ୍ତି ।

ସୂଚନାଯୋଗ୍ୟ ଯେ ପେଗାସସ୍‍ ଜାସୁସି ତାଲିକାରେ ଆଲୋକ ବର୍ମାଙ୍କ ନାମ ମଧ୍ୟ ରହିଥିବା କୁହାଯାଉଛି। ସରକାରଙ୍କ ପକ୍ଷରୁ କରାଯାଇଥିବା ସୁପାରିଶରେ କୁହାଯାଇଛି ଯେ ଶ୍ରୀ ବର୍ମାଙ୍କ କାର୍ଯ୍ୟ ପାଇଁ ତାଙ୍କ ବିରୁଦ୍ଧରେ ଦଣ୍ଡବିଧାନ କରାଯିବା ଆବଶ୍ୟକ।

୨୦୧୮ ରେ ଆଲୋକ ବର୍ମା ସିବିଆଇର ତତ୍କାଳୀନ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ଉଭୟ ପରସ୍ପରଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିଲେ। ତେବେ ରାକେଶ ଆସ୍ଥାନା କିନ୍ତୁ ଫେବୃଆରୀ ୨୦୨୦ ରେ କ୍ଲିନ୍ ଚିଟ୍ ପାଇଥିଲେ।

ଆଲୋକ ବର୍ମା ୨୦୧୭ରେ ସିବିଆଇର ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଥିଲେ। ହେଲେ ତାଙ୍କୁ ସରକାର ସିବିଆଇ ପଦରୁ ହଟାଇ କେନ୍ଦ୍ର ଗୃହମନ୍ତ୍ରାଳୟର ଅଗ୍ନିଶମ ସିଭିଲ ଡିଫେନ୍ସ ଓ ହୋମଗାର୍ଡ ମହାନିର୍ଦ୍ଦେଶକ ପଦରେ ନିଯୁକ୍ତି ଦିଆଯାଇଥିଲା। ହେଲେ ଏହାକୁ ଗ୍ରହଣ ନକରି ଗୋଟିଏ ଦିନ ପରେ ଜାନୁଆରୀ ୧୧,୨୦୧୯ ରେ ସେ ଆଇପିଏସ ଚାକିରିରୁ ଇସ୍ତଫା ଦେଇଥିଲେ।

ଏହି ଘଟଣାର ତିନି ବର୍ଷ ପରେ ଗତ ମାସରେ ଏଜେନ୍ସିର କାର୍ଯ୍ୟନିର୍ବାହୀ ମୁଖ୍ୟ ପ୍ରବୀଣ ସିହ୍ନାଙ୍କୁ ପ୍ରଥମ ଥର ପାଇଁ ସିବିଆଇର ନୂତନ ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ ନାମିତ କରିଥିଲା। ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ତତ୍କାଳୀନ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ସହ ଦେଖାଦେଇଥିବା ବିବାଦ ପରେ ତାଙ୍କୁ ବଦଳି କରାଯାଇଥିଲା। ସେବେଠାରୁ ଏହି ପଦବୀ ଖାଲି ପଡିଥିଲା। ଏହି ପଦବୀରେ ସେବେଠାରୁ ସ୍ଥାୟୀ ନିଯୁକ୍ତି ଦିଆଯାଇ ନଥିଲା। ଫେବୃଆରୀ ୩ ରେ ରିଷି କୁମାର ଶୁକ୍ଲା ଏହି ପଦରେ ଅସ୍ଥାୟୀ ଭାବେ ତାଙ୍କର ଦୁଇ ବର୍ଷ କାର୍ଯ୍ୟକାଳ ଶେଷ କରିଥିଲେ।

ସିଆଇଏସଏଫ ମୁଖ୍ୟ ସୁବୋଧ କୁମାର ଜୈସୱାଲଙ୍କୁ ଦୁଇ ବର୍ଷ ପାଇଁ ନୂତନ ସିବିଆଇ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହେବାର ପ୍ରାୟ ଏକ ମାସ ପରେ ସିହ୍ନାଙ୍କ ନିଯୁକ୍ତି ଦିଆଯାଇଛି। ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ରେ ୬ ଜଣ ନୂତନ ସ୍ୱତନ୍ତ୍ର ନିର୍ଦ୍ଦେଶକ ଅଛନ୍ତି, ଯେଉଁମାନେ ୧୯୮୮ ବ୍ୟାଚ୍ ଅଧିକାରୀ। ସେମାନଙ୍କ ମଧ୍ୟରେ ଅନିଶ ଦିନଲ ସିଂ, ଏନ କେ ମିଶ୍ର, ମନୋଜ କୁମାର ଲାଲ, ତପନ ଡେକା, ମନମୋହନ ସିଂ ଏବଂ ଅମିତାଭ ରଂଜନ ଅଛନ୍ତି । ମଣିପୁର ଆସାମ କ୍ୟାଡରର ଅନୀଶ ସିଂ ମିଳିତ ନିର୍ଦ୍ଦେଶକ ଭାବରେ ଦିଲ୍ଲୀ SIB ଦାୟିତ୍ୱ ତୁଲାଇଛନ୍ତି। ସିକ୍କିମ୍ କ୍ୟାଡର ଅଧିକାରୀ ଏନ କେ ମିଶ୍ର ନକ୍ସଲ ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବାରେ ଅଭିଜ୍ଞ।

Related Posts