କରୋନାରେ ରାଜସ୍ଥାନ ବିଜେପି ବିଧାୟକ ଗୌତମ ଲାଲ ମୀନାଙ୍କ ନିଧନ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

(ସତ୍ଯପାଠ ବ୍ଯୁରୋ) ଭୁବନେଶ୍ୱର : କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ବିଧାୟକ। ରାଜସ୍ଥାନର ପ୍ରତାପଗଡ ଜିଲ୍ଲାର ଧରିଆୱାଡ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଗୌତମ ଲାଲ ମୀନାଙ୍କ କରୋନାରେ ନିଧନ ହୋଇଛି। ଉଦୟପୁରର ଏମବି ହସ୍ପିଟାଲରେ କୋଭିଡ୍ ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ମୃତ୍ୟୁବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା । ତିନିଥର ବିଧାୟକ ରହିଥିବା ମୀନାଙ୍କର ଏବେ ପତ୍ନୀଙ୍କ ସମେତ ଚାରି ପୁଅ ଅଛନ୍ତି । ସ୍ବାସ୍ଥ୍ୟଵସ୍ଥା ବିଗିଡିବାରୁ ମେ ୧୬ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ମେ ୧୯ ଅର୍ଥାତ ବୁଧବାର ଦିନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ମୃ୍ତ୍ୟୁ ପରେ ଏବେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ଙ୍କ ସମେତ ବିଧାନସଭା ବାଚସ୍ପତି ସିପି ଯୋଶୀ, ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ ଏବଂ ଅନ୍ୟ ନେତାମାନେ ମୀନାଙ୍କ ମୃତ୍ୟୁ ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଜସ୍ଥାନରେ ବର୍ତ୍ତମାନ ସୁଦ୍ଧା ୪ ଜଣ ବିଧାୟକ କରୋନାରେ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ କଂଗ୍ରେସ ବିଧାୟକ କୈଳାଶ ତ୍ରିବେଦୀ ଏବଂ ଗଜେନ୍ଦ୍ର ଶକ୍ତିୱାତ୍ ଏବଂ ବିଜେପି ବିଧାୟକ କିରଣ ମହେଶ୍ୱରୀଙ୍କର ମୃତ୍ୟୁ ହୋଇଥିଲା। ପୂର୍ବତନ ସିଏମ୍ ବସୁନ୍ଧରା ରାଜେ ସିନ୍ଧିଆ ମଧ୍ୟ ଟ୍ୱିଟ୍ କରି କହିଛନ୍ତି ଯେ ମୀନାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।

Related Posts