ସନ୍ଧ୍ୟା ୬.୩୦ରେ ରାଜ୍ୟବାସୀଙ୍କୁ ସମ୍ବୋଦନ କରିବେ ମୁଖ୍ୟମନ୍ତ୍ରୀ, ହୋଇପାରେ କିଛି ବଡ ଘୋଷଣା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସନ୍ଧ୍ୟା ୬.୩୦ରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟର ସମ୍ବୋଦନ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କିଛି ବଡ ଘୋଷଣା କରିପାରନ୍ତି ।

ଆଶା କରାଯାଉଛି ଯେ, ଏହି ଅବସରରେ ରାଜ୍ୟର ଚୁକ୍ତିଭିତ୍ତିକ ନିଯୁକ୍ତି ପ୍ରଥା ଉଚ୍ଛେଦ ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିପାରନ୍ତି ।ଅନେକ ଦିନ ଧରି ରାଜ୍ୟରେ ବିଭିନ୍ନ ସଂଗଠନ ଏନେଇ ଦାବି କରିଆସୁଥିଲେ । ବାରମ୍ବାର ଏନେଇ ଆଲୋଚନା ହୋଇଥିଲା । ନିକଟରେ ନିଜେ ମୁଖ୍ୟମନ୍ତ୍ରୀ ଭିଡ଼ିଓ କାନଫରେସିଂ ଜରିଆରେ ରାଜ୍ୟର ଚୁକ୍ତି ଭିତ୍ତିକ କର୍ମଚାରୀ ସଂଘ ସହ ଆଲୋଚନା କରିଥିଲେ। ତେଣୁ ସମସ୍ତେ ଆଶା ରଖିଛନ୍ତି ଯେ ଏନେଇ ନବୀନ କିଛି ଘୋଷଣା କରିପାରନ୍ତି ।

Related Posts