ସର୍ଜିକାଲର ଷ୍ଟ୍ରାଇକର ପ୍ରମାଣ ମାଗି ଭାରତୀୟ ଯବାନଙ୍କୁ କଂଗ୍ରେସ ଅପମାନିତ କରିଛି: ମୋଦି

ଚଣ୍ଡିଗଡ଼(ସତ୍ୟପାଠ ବ୍ୟୁରୋ): ସର୍ଜିକାଲର ଷ୍ଟ୍ରାଇକର ପ୍ରମାଣ ମାଗି ଭାରତୀୟ ଯବାନଙ୍କୁ କଂଗ୍ରେସ ଅପମାନିତ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି । ଯେତବେଳେ ସମଗ୍ର ଦେଶ ଏହି ସମ୍ବେଦନଶୀଳ ଘଟଣାରେ ଏକାଠି ହୋଇଥିଲା ସେତିକିବେଳେ କଂଗ୍ରେସ କେବଳ ବ୍ୟତିକ୍ରମ ଥିଲା। ସେମାନେ ସରକାରଙ୍କୁ ପ୍ରଶ୍ନ କରିବା ସହ ଭାରତୀୟ ସେନାର ଭୂମିକାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଈଥିଲେ। ଏମିତିକି କଂଗ୍ରେସ ପଞ୍ଜାବବାସୀଙ୍କୁ ମଧ୍ୟ ଛାଡ଼ିଲା ନାହିଁ। ଆଜି ପଞ୍ଜାବରେ ଏକ ନିର୍ବାଚନୀ ରାଲିରେ ଯୋଗ ଦେଇ କଂଗ୍ରେସ ବିରୋଧରେ ଏମିତି ବର୍ଷିଥିଲେ ମୋଦି। ସେ କହିଛନ୍ତି ଯେ, ପୁଲୱାମା ଆକ୍ରମଣ ବର୍ଷପୂର୍ତ୍ତିରେ ମଧ୍ୟ କଂଗ୍ରେସ ସମାନ କାମ କରିଥିଲା। ସେମାନେ ସେନାର ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗି ପାପ କରିଛନ୍ତି ବୋଲି ମୋଦି କହିଛନ୍ତି ।

ଏମାନଙ୍କୁ ପଞ୍ଜାବବାସୀ କେବେ କ୍ଷମା ଦେବେ ନାହିଁ। ୨୦୧୯ ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ସର୍ଜିକାଲ ଷ୍ଟ୍ରାଇକର ପ୍ରମାଣ ମାଗିବା ପରଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବିଜେପି ନେତାଙ୍କ ନିଶାନାରେ ଅଛନ୍ତି । ଆଜି ପ୍ରଚାରରେ ମୋଦି ବିରୋଧୀ କଂଗ୍ରେସ ସହ ଆମ ଆଦମୀ ପାର୍ଟି ବିପକ୍ଷରେ ମଧ୍ୟ ବର୍ଷିଥିଲେ। ଅଯୋଧ୍ୟାରେ ରାମ ମନ୍ଦିକୁ ନେଇ ଉଭୟ ଆପ ଏବଂ କଂଗ୍ରେସ ଖୁସି ନୁହନ୍ତି ବୋଲି ମୋଦି କହିଛନ୍ତି। କଂଗ୍ରେସରୁ ଆପ ସମର୍ଥନ ପାଉଛି। ଏଥର ‘ପକ୍କା ପରିବର୍ତ୍ତନ’ ବୋଲି ପଞ୍ଜାବ ନିଷ୍ପତ୍ତି ନେଇଥିବା ମୋଦି କହିଛନ୍ତି। ସେହିପରି ପଞ୍ଜାବରେ ବେଧଡ଼କ ନିଶା କାରବାର ପାଇଁ କଂଗ୍ରେସକୁ ଦାୟୀ କରିଛନ୍ତି ମୋଦି।

Related Posts