
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନେପାଳ ପାର୍ଟି ଭିଡିଓର ଚର୍ଚ୍ଚା ଥମିନଥିବାବେଳେ ଯୁବ କଂଗ୍ରେସ କର୍ମୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି । ଯେଉଁଠି ସେ ପାର୍ଟି କରୁଥିବାର ଦେଖିବାକୁ ମିଳିଛି । କେବଳ ଏତିକି ନୁହେଁ ବରଂ ବିଜେପି ଏକ ଭିଡିଓ ସେୟାର କରି ଦାବି କରିଛି ଯେ କଂଗ୍ରେସର ଯୁବ କର୍ମୀମାନେ ପାର୍ଟି କରୁଛନ୍ତି। ବିଜେପି ଆଇଏନସିକୁ ଅର୍ଥାତ ଆମର ପାର୍ଟି ଦରକାର’ ବୋଲି କହିଛି। କଂଗ୍ରେସର ଚିନ୍ତନ ଶିବିର ଶୁକ୍ରବାରଠାରୁ ରାଜସ୍ଥାନର ଉଦୟପୁରରେ ଆରମ୍ଭ ହେଉଥିବାବେଳେ ବିଜେପିର ଜାତୀୟ ମୁଖପାତ୍ର ଶାହାଜାଦ ପୁନାୱାଲା ଗୁରୁବାର ଏକ ଭିଡିଓ ଟ୍ୱିଟ କରିଛନ୍ତି। ସେ ଲେଖିଛନ୍ତି ଯେ, ‘ତାଲିମ? ପାର୍ଟି? ମହାରାଷ୍ଟ୍ର ପ୍ରଦେଶ ଯୁବ କଂଗ୍ରେସର ନୂତନ ପଦାଧିକାରୀଙ୍କ ପାର୍ଟି ଭିଡିଓ ଦେଖନ୍ତୁ ଏବଂ ଗୀତଗୁଡିକ ଶୁଣନ୍ତୁ’ । ସେ ଆହୁରି ଲେଖିଛନ୍ତି, ‘ରାହୁଲ ନେପାଳର ଏକ ପବ୍ ଥିଲେ ଆଉ ଜୁନିଅର ନେତାମାନେ ଟ୍ରେନିଂ କ୍ୟାମ୍ପରେ ପାର୍ଟି କରୁଛନ୍ତି ।
ଯେଭଳି ନେତା, ସେଭଳି ଅନୁଗାମୀ’। ସେ ଆହୁରି କହିଛନ୍ତି, ‘ଯେମିତି ରାଜା (ରାହୁଲ) ସେମିତି ପ୍ରଜା (ଯୁବ କଂଗ୍ରେସ କର୍ମୀ)’ । ସେ ଏକ ଭିଡିଓ ବାର୍ତ୍ତା ମଧ୍ୟ ପ୍ରକାଶ କରିଛନ୍ତି। ବିଜେପିର ଜାତୀୟ ମୁଖପାତ୍ର ଶାହାଜାଦ ପୁନାୱାଲା କହିଛନ୍ତି ଯେ ‘ମହାରାଷ୍ଟ୍ର ସରକାର ଲୋକଙ୍କ ବିରୋଧରେ ନକଲି ମାମଲା ରୁଜୁ କରୁଛନ୍ତି ଏବଂ ଶାସକ ମହା ବିକାଶ ଆଘାଡି ସରକାର ଦୁର୍ନୀତିରେ ଲିପ୍ତ ଅଛନ୍ତି ଏବଂ ଏହି ସମସ୍ୟାର ସମାଧାନ କରିବା ପରିବର୍ତ୍ତେ ଦଳର ଯୁବ ନେତାମାନେ ପ୍ରଶିକ୍ଷଣ ଶିବିରରେ ପାର୍ଟି କରୁଛନ୍ତି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।