ଦେଶରେ ଦୋଳି ଖେଳୁଛି ସଂକ୍ରମଣ:୨୪ ଘଣ୍ଟାରେ ୧୯୯୨୮ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ଦୋଳି ଖେଳୁଛି ସଂକ୍ରମଣ । ଦୈନିକ ସଂକ୍ରମଣ ହାର ଉପରତଳ ହେଉଥିବା ବେଳେ, ଏବେ ଦେଶରେ ମାମଲା ସାମୟିକ କମିଲା ପରେ ପୁଣି ବଢିବା ଆରମ୍ଭ କରିଛି। ଏବେ କରୋନା ସଂକ୍ରମଣ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ ବି କାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଓ ଏବେ ୧୯ ହଜାର ଟପିଛି ।

ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯୦୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୧୯୯୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୪୨ ଲକ୍ଷରୁ ଅଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିପରି ୧୩୪୭୯୩ ସକ୍ରିୟ ମାମଲା ରହିଛି ଏବଂ ପ୍ରାୟ ୪ କୋଟି ୩୪ ଲକ୍ଷ ୬୫ ହଜାର୫୫୨ ଆକ୍ରାନ୍ତ ସୁସ୍ଥ ହୋଇ ଫେରିଛନ୍ତି । ୫୨୬୬୪୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି ।

Related Posts